Posted inଜାତୀୟ

ଭାଜପାର ୟୁ-ଟର୍ନ : ଶିକ୍ଷକଙ୍କ ଆନ୍ଦୋଳନକୁ କରିଛି ନୂଆ ରାଜନୈତିକ ଅସ୍ତ୍ର…

ପଟନା,୧୩।୬ : ବିହାରରେ କାର୍ଯ୍ୟକାରୀ ହୋଇଥିବା ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରୁଥିବା ଶିକ୍ଷକ ସଂଗଠନର ନେତାମାନେ ଭାଜପା ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାଜପାନେତାମାନେ ଶିକ୍ଷକ ସଂଗଠନଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି ଦଳ ସେମାନଙ୍କ ସହିତ ଅଛି। ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି ସରକାର ତରବରିଆ ଭାବେ ଶିକ୍ଷକ ନିଯୁକ୍ତି ନିୟମ ୨୦୨୩ ଆଣିଛନ୍ତି। ଏଗୁଡ଼ିକରେ ଅନେକ ତ୍ରୁଟି ଅଛି। ଶିକ୍ଷକମାନଙ୍କୁ ରାଜ୍ୟ କର୍ମଚାରୀଙ୍କ ମାନ୍ୟତା ଦେବା ପାଇଁ ଜୁଲାଇରେ ଏକ ରାଜଭବନ ପଦଯାତ୍ରା ହେବ। ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଚେତାବନୀ ଦେଇଛନ୍ତି ସରକାର ତୁରନ୍ତ ଏହି ନିୟମକୁ ସଂଶୋଧନ କରିବା ଉଚିତ।

ବିଜୟ କୁମାର ସିହ୍ନା କହିଛନ୍ତି ଶିକ୍ଷକଙ୍କ ସାମାଜିକ ସମ୍ମାନ ଏବଂ ପିଲାମାନଙ୍କର ପ୍ରତିଭା ବୃଦ୍ଧି ପାଇଁ ଦକ୍ଷ ଶିକ୍ଷକ ନିଯୁକ୍ତ ହେବା ଉଚିତ। ଏହା ବିହାରରେ ଶିକ୍ଷାର ଗୁଣରେ ଉନ୍ନତି ଆଣିବ । ଶିକ୍ଷକ ନେତା ବିଧାନ ପରିଷଦ ନଓ୍ବଲ କିଶୋର ଯାଦବ କହିଛନ୍ତି ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଭାଜପା ରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଲଢ଼େଇ କରିବ। ବିଧାନ ପରିଷଦ ଜୀବନ କୁମାର କହିଛନ୍ତି ସେ ଶିକ୍ଷକଙ୍କ ଜୀବନ ସହ ଖେଳିବାକୁ ଦେବେ ନାହିଁ।

କ୍ଷମତାରୁ ବାହାର ହେବା ପରେ ନିୟୋଜିତ ଶିକ୍ଷକମାନଙ୍କ ବିଷୟରେ ଭାଜପାର ଆଭିମୁଖ୍ୟ ବଦଳି ଯାଇଛି। ବାସ୍ତବରେ ଭାଜପା ଏହି ପ୍ରସଙ୍ଗରେ ୟୁ-ଟର୍ନ ନେଇଛି। ଦଳର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ଯେତେବେଳେ ନୀତୀଶ କୁମାରଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଥିଲେ ସେତେବେଳେ ନିଯୁକ୍ତ ଶିକ୍ଷକମାନଙ୍କୁ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ ନିଯୁକ୍ତ ଶିକ୍ଷକମାନଙ୍କୁ କୌଣସି ମୂଲ୍ୟରେ ପୂର୍ଣ୍ଣ ଦରମା ପ୍ରଦାନ କରାଯାଇପାରିବ ନାହିଁ। ତାଙ୍କୁ ରାଜ୍ୟ କର୍ମୀ ମାନ୍ୟତା ଦିଆଯିବାକୁ ସେ ଆପତ୍ତି କରିଥିଲେ।

ଏପରିକି ସେତେବେଳେ ନୀତୀଶ କୁମାର ନିଯୁକ୍ତ ଶିକ୍ଷକଙ୍କ ଆନ୍ଦୋଳନକୁ ଅଦରକାରୀ ବୋଲି କହିଥିଲେ। ସୁଶୀଲ ମୋଦି ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ। ରାଜ୍ୟ ରାଜକୋଷ ଉପରେ ଏହା ବୋଝ ବୋଲି ସେ ଉଲ୍ଲେଖ କରିଥିଲେ। କିନ୍ତୁ ଏବେ ଭାଜପାର ସ୍ବର ବଦଳି ଯାଇଛି। ଦଳ ଏବେ ଶିକ୍ଷକଙ୍କ ଆନ୍ଦୋଳନକୁ ନୂଆ ରାଜନୈତିକ ଅସ୍ତ୍ର କରିଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri