Categories: ଜାତୀୟ

ଭାଇ ବବିଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି

ଅମୃତସର,୨୯।୪: ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀ ଲାଗି ସୋମବାର ଅଭିନେତାରୁ ନେତା ହେଇଥିବା ସନ୍ନି ଦେଓଲ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୬୨ ବର୍ଷୀୟ ସନ୍ନି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ପ୍ରଥମେ ଅମୃତସରର ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରି ଈଶ୍ୱରଙ୍କ କୃପା ଭିକ୍ଷା କରିଥିଲେ। ତେବେ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସହ ଥିଲେ ସାନ ଭାଇ ବବି ଦେଓଲ, ପଞ୍ଜାବର ଭାଜପା ମୁଖ୍ୟ ତଥା ରାଜ୍ୟ ସଭା ଏମ୍‌ପି ସ୍ବେତ ମଲିକ, ହରିୟାଣାର ଅର୍ଥମନ୍ତ୍ରୀ ଓ ଅନ୍ୟମାନେ। ଏହାପରେ ସନ୍ନିଙ୍କ ପିତା ତଥା ବଲିଉଡ୍‌ ହିମ୍ୟାନ୍‌ ଧର୍ମେନ୍ଦ୍ର ସନ୍ନିଙ୍କୁ ସହଯୋଗ କରିବା ସହ ତାଙ୍କର ଶୁଭ ମନାସି ଥିଲେ। ।

Share