Categories: ଜାତୀୟ

ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ଆର୍‌ଜେଡ଼ି ଠୁଁ ବେଶ୍‌ ଭଲ: ଅମିତ ମାଲବ୍ୟ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ଆର୍‌ଜେଡ଼ି ଠୁଁ ବେଶ୍‌ ଭଲ ରହିଛି। ରାଜ୍ୟରେ ଭାଜପାର ସ୍ଥିତି ଧୀରେଧୀରେ ସୁଦୃଢ଼ ହେଉଛି। ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ବୁଧବାର ଟୁଇଟ୍‌ କରି ଏଭଳି କରିଛନ୍ତି। ଭାଜପା ୧୧୦ ପ୍ରାର୍ଥୀ ଦେଇଥିବାବେଳେ ୭୪ ଆସନରେ ବିଜୟୀ ହୋଇଛି। ଅପରପକ୍ଷରେ ୧୪୪ ଆସନରେ ପ୍ରାର୍ଥୀ ଦେଇଥିବା ଆର୍‌ଜେଡି ୭୫ ଆସନ ହାତେଇଛି। ଭାଜପାର ଷ୍ଟ୍ରାଇକ୍‌ ରେଟ୍‌ ୬୭.୩ ପ୍ରତିଶତ ରହିଛି। ଅପରପକ୍ଷରେ ଆର୍‌ଜେଡ଼ିର ଷ୍ଟ୍ରାଇକ୍‌ ରେଟ୍‌ ୫୨ ପ୍ରତିଶତ ରହିଥିବା ସେ କହିଛନ୍ତି। ଏବେ ଅମିତଙ୍କ ମନ୍ତବ୍ୟ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share