Categories: ଜାତୀୟ

ଭାଙ୍ଗିଲା ମେଣ୍ଟ, ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୨।୩: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନାୟବ ସିଂ ସଇନି । ମଙ୍ଗଳବାର ବସିଥିବା ଭାଜପା ବିଧାୟକ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିଥିଲା। ନାୟବ ସିଂ ଓବିସିର ସଇନି ସମ୍ପ୍ରଦାୟର ଅଟନ୍ତି। ସେ ହରିୟାଣା ଭାଜପାର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରର ଭାଜପା ଏମପି ମଧ୍ୟ ଅଟନ୍ତି। ନାୟବ ହରିୟାଣା ସରକାରରେ ମନ୍ତ୍ରୀ ରହିଛନ୍ତି। ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ।

ସୂଚନାଥାଉ କି, ମଙ୍ଗଳବାର ସକାଳେ ପୂରା କ୍ୟାବିନେଟ ସମେତ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ ନାୟବ ସିଂ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଥିଲେ। ନାୟବ ସିଂଙ୍କୁ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଗଣାଯାଏ, ଏହା ବ୍ୟତୀତ ତାଙ୍କର ରାଜନୀତିର ଦୀର୍ଘ ଅଭିଜ୍ଞତା ମଧ୍ୟ ରହିଛି।

Share