Posted inଜାତୀୟ

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ। ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ ରାଜ୍ୟର ଶହେରୁ ଅଧିକ ଦୁର୍ଗାପୂଜା ପେଣ୍ଡାଲରେ ଲୋକଙ୍କ ସହିତ କଥା ହେବେ। ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଦୁର୍ଗାପୂଜାରେ ମୋଦି ନିର୍ବାଚନୀ ବିଗୁଲ୍‌ ବଜାଇବାର ଯୋଜନା କରିଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ମୋଦିଙ୍କ ଭିଡ଼ିଓ କନଫରେନ୍ସିଂ ପରେ ନଭେମ୍ବର ପ୍ରଥମ ସପ୍ତାହ ପରଠାରୁ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ଭାଜପା ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯିବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାରୁ ହଟାଇବା ଲକ୍ଷ୍ୟ ନେଇ ଭାଜପା ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri