Categories: ଜାତୀୟ

ମାର୍ଚ୍ଚ ୨୧ରେ ଭାଜପାର ଘୋଷଣାପତ୍ର

ନୂଆଦିଲ୍ଲୀ,୧୯।୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ମାର୍ଚ୍ଚ ୨୧ରେ ଘୋଷଣାପତ୍ର ଜାରି କରିବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ଘୋଷଣା ପତ୍ର ଜାରି କରିବ ବୋଲି ଜଣାପଡିଛି। ଗତ ବୁଧବାର ତୃଣମୂଳ କଂଗ୍ରେସ ତା’ର ଘୋଷଣା ପତ୍ର ଜାରି କରିସାରିଛି। ଗତ କିଛିଦିନ ହେବ ଭାଜପା ଘୋଷଣାପତ୍ର ଜାରି କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଲୋକଙ୍କ ପରାମର୍ଶ ଜାଣିବା ପାଇଁ ୩୦ ହଜାର ପରାମର୍ଶ ବାକ୍ସ ନିୟୋଜିତ କରାଯାଇଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଖାପାଖି ୧୦୦ଟି ବାକ୍ସ ରଖିବାକୁ ଦଳର ଯୋଜନା ଥିଲା। ଦଳର ନେତାମାନେ କହିଥିଲେ ଯେ, ଏହି ବାକ୍ସ ବ୍ୟତୀତ ଲୋକମାନେ ଫୋନ ଏବଂ ପାର୍ଟି ୱେବସାଇଟ ମାଧ୍ୟମରେ ମଧ୍ୟ ପରାମର୍ଶ ପଠାଇ ପାରିବେ। ରାଜ୍ୟରେ ୨୯୪ ଟି ଆସନ ମଧ୍ୟରୁ ଅତିକମରେ ୨୦୦ଟି ଆସନ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି।
ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଘୋଷଣାପତ୍ରରେ ପ୍ରତିଶୃତି ଦେଇଛନ୍ତି ଯେ, ତାଙ୍କ ସରକାର ବେକାରୀ ହାର ହ୍ରାସ କରିବ। ଏଥିସହ ଗୋଟିଏ ବର୍ଷରେ ୫ ଲକ୍ଷ ଚାକିରି ସୃଷ୍ଟି କରିବ। ସମସ୍ତ ପରିବାର ପାଇଁ ଆୟ ଯୋଜନା, ଛାତ୍ରୀଛାତ୍ରମାନଙ୍କୁ କ୍ରେଡିଟ କାର୍ଡ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ରେ ଅନେକ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

Share