ରାଇକିଆ,୨୭ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପା ତରଫରୁ ଓ୍ବାର୍ଡ ସ୍ତରରେ ସିଧାସଳଖ ଲୋକଙ୍କ ସହ ଭେଟିବା, ବିଭିନ୍ନ ଆବଶ୍ୟକତା ଏବଂ ସମସ୍ୟାର ସମାଧାନକୁ ନେଇ ଆଲୋଚନା କରିବା ଭଳି କାର୍ଯ୍ୟକ୍ରମକୁ ନେଇ ଅଭିନବ ପ୍ରୟାସ ଆରମ୍ଭ କରିଛି। ପ୍ରତ୍ୟେକ ଓ୍ବାର୍ଡରେ ‘ଚାଏ ପେ’ ଚର୍ଚ୍ଚା ନାମରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ଦଳମତ ନିର୍ବିଶେଷରେ ସେଠାକାର ଜନସାଧାରଣଙ୍କ ସହ ବୈଠକ କରିବା ସହ ଆଲୋଚନା ମାଧ୍ୟମରେ ଉନ୍ନୟନମୂଳକ କାର୍ଯ୍ୟ କରିବା ପାଇଁ ପ୍ରୟାସ କରାଯାଉଛି। ଏଥିସହ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ଏବଂ ଏହାର ସୁବିଧା ହିତାଧିକାରୀ କିପରି ପାଉଛନ୍ତି ସେ ନେଇ ଆଲୋଚନା କରାଯାଉଥିବା ଏମ୍ପି ପ୍ରତିନିଧି ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ଲେଙ୍କା କହିଛନ୍ତି।