Categories: ଜାତୀୟ

ଭାରତୀୟ ରାଜନୀତିରେ ଭାଜପାର ପ୍ରଭାବ ୨୦ରୁ ୩୦ ବର୍ଷ ରହିବା ସମ୍ଭାବନା…

ନୂଆଦିଲ୍ଲୀ, ୧୨।୫ : ଆସନ୍ତା ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ରାଜନୀତିରେ ଭାଜପାର ପ୍ରଭାବ ରହିବ। ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) ଏଭଳି କହିଛନ୍ତି। ଏହି ସମୟ ମଧ୍ୟରେ ଭାଜପା ରାଜନୀତିର କେନ୍ଦ୍ରରେ ରହିବ। ଏହା ଏକ ସତ୍ୟ ଯେ ଆଗାମୀ ଦଶନ୍ଧି ଧରି ଭାଜପା ଏକ ବିଜୟୀ ନିର୍ବାଚନ ଦଳ ଭାବେ ରହିବ।

ଥରେ ଭାରତୀୟ ସ୍ତରରେ ୩୦ ପ୍ରତିଶତରୁ ଅଧିକ ଭୋଟ ପାଇଲେ, କେହି ଏହାକୁ ସହଜରେ ଛଡ଼ାଇ ନେଇ ପାରିବେ ନାହିଁ । ଭୋଟ ପ୍ରତିଶତ ଧିରେ ଧିରେ କମିବ କିନ୍ତୁ ହଠାତ୍‌ ନୁହେଁ ବୋଲି ସେ କହିଛନ୍ତି। ଏହାର ଅର୍ଥ ନୁହେଁ ଯେ ଭଜାପା ପ୍ରତ୍ୟେକ ନିର୍ବାଚନରେ ଜିତିବା ଜାରି ରଖିବ।

ଏହାର ଅର୍ଥ ହେଉଛି ଯେ, ପ୍ରଥମ ୪୦ରୁ ୫୦ବର୍ଷ ଧରି, ଭାରତରେ ରାଜନୀତି କଂଗ୍ରେସ ଚାରିପଟେ ଘୂରି ବୁଲୁଥିଲା। ଧିରେ ଧିରେ କଂଗ୍ରେସର ଭୋଟ ପ୍ରତିଶତ ବିଭିନ୍ନ କାରଣରୁ ହ୍ରାସ ପାଇବାରେ ଲାଗିଥିଲା। ସେହିପରି ଧାରାର ଭାଜପା ପାଇଁ ମଧ୍ୟ ଲାଗୁ ହେବ ବୋଲି ସେ କହିଛନ୍ତି।

Share