ଗଞ୍ଜାମ,୪।୫(ଅନାଥ ତରାଇ): ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏକତରଫା ଓ ଚିତ୍ତାକର୍ଷକ ବିଜୟକୁ ନେଇ ଆଜି ଗଞ୍ଜାମ ମଣ୍ଡଳ ପକ୍ଷରୁ ଏକ ଭବ୍ୟ ବିଜୟ ଉତ୍ସବ ପାଳନ କରାଯାଇଛି। ଗଞ୍ଜାମ ଏନଏସିଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ଦଳର ଏହି ସଫଳତାକୁ ବେଶ ଉତ୍ସାହର ସହ ପାଳନ କରିଥିବା ଦେଖିବାକୁ ମିଳିଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ଏହି ବିଜୟକୁ ଜନସାଧାରଣଙ୍କ ବିଶ୍ୱାସର ପ୍ରତିଫଳନ ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନଏସି ବରିଷ୍ଠ ନେତା ବିନୋଦ ପାଢ଼ୀ ଓ ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ରହି ବାଣ ଫୁଟାଇବା ସହ ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ସାରା ଅଞ୍ଚଳରେ ଏବେ ଏହି ବିଜୟକୁ ନେଇ ଭାଜପା ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।