Categories: ଜାତୀୟ

ଭାଜପାର ଚାନ୍ଦା ସଂଗ୍ରହ ଅଭିଯାନ

ନୂଆଦିଲ୍ଲୀ, ୨୬।୧୨(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଭାଜପା ପକ୍ଷରୁ ସ୍ବତନ୍ତ୍ର ମାଇକ୍ରୋ ଡୋନେଶନ ଅଭିଯାନ ଆରମ୍ଭ ହୋଇଛି। ସଭ୍ୟ ଓ ଅନ୍ୟମାନଙ୍କଠାରୁ ସ୍ବଳ୍ପ ଦାନ ସଂଗ୍ରହ ମାଧ୍ୟମରେ ଦଳୀୟ ପାଣ୍ଠି ବଢ଼ାଇବା ଏହାର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଏହି ଅବସରରେ ଚାନ୍ଦା ଦେବା ସହ ଅନ୍ୟମାନଙ୍କୁ ଦାନ କରିବା ଲାଗି ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାଜପାକୁ ୧,୦୦୦ ଟଙ୍କା ଦାନ କରିଥିବା ଟୁଇଟ୍‌ କରିଛନ୍ତି।

Share