Categories: ଜାତୀୟ

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ଉଲଗ୍ନ କରି ଜୋତାରେ ପିଟିବାକୁ ଧମକ ଦେଲେ ଭାଜପା ନେତା

କୋଲକତା,୭।୯: ପଶ୍ଚିମବଙ୍ଗରେ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାକୁ ଜୋତାରେ ପିଟିବାକୁ ସେ ଧମକ ଦେଇଛନ୍ତି।ଏହାର ଜବାବରେ ଟିଏମ୍‌ସି ଏମ୍‌ପି କଲ୍ୟାଣ ବନ୍ଦୋପାଧ୍ୟାୟ ଦିଲୀପଙ୍କୁ ଏମିତି କରିବାକୁ ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ସୂଚନାଯୋଗ୍ୟ, ୨୪ ପରଗଣା ଜିଲାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସାମ୍ବୋଧିତ କରି ଦୀଲିପ ଘୋଷ କହିଛନ୍ତି, ରାଜ୍ୟ ପୋଲିସ ଏବଂ ଟିଏମ୍‌ସି ନେତାମାନେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଉଛନ୍ତି। ତେଣୁ ସେମାନଙ୍କୁ ଉଲଗ୍ନ କରି ଜୋତାରେ ପିଟାଯିବ ବୋଲି ସେ କହିଛନ୍ତି। ରାଜ୍ୟ ପୋଲିସ ସରକାରଙ୍କ ଇସାରାରେ କାମ କରୁଥିବା ସେ ଅଭିଯୋଗ କରିଛନ୍ତି।

Share