Posted inଜାତୀୟ

ଲୋକସଭା ବିଜୟ ପାଇଁ ଭାଜପାର ସି-ବର୍ଗ ସୂତ୍ର : ମୋଦି ପୁଣି ଫେରିବେ…

ନୂଆଦିଲ୍ଲୀ,୨୩।୧୨ : ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଏଥିପାଇଁ ସମସ୍ତ ଶକ୍ତିରେ ଲାଗିବାକୁ ନିବେଦନ କରିସାରିଛନ୍ତି। ଦଳ ଏହାର ଯୋଜନା ଉପରେ କାମ ଆରମ୍ଭ କରିଛି। ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ଏଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ବିଧାନସଭା ପରି ଭାଜପା ମଧ୍ୟ ଲୋକସଭା ନିର୍ବାଚନରେ ’ସି-ବର୍ଗ’ ସୂତ୍ର କାର୍ଯ୍ୟକାରୀ କରିବ। ଆସନ୍ତା ସପ୍ତାହରୁ ଦଳ ନିର୍ବାଚନ ପ୍ରସ୍ତୁତି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।

ଦଳର ସୂତ୍ରରୁ ପ୍ରକାଶ, ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାଜପା ‘ସି-ବର୍ଗ’ ସୂତ୍ର କାର୍ଯ୍ୟକାରୀ କରିଛି। ଏସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବହୁ ପୂର୍ବରୁ ଘୋଷଣା କରାଯାଇଥିଲା। ଗତ ବିଧାନସଭା ନିର୍ବାଚନରେ ଭାଜପା ଏସବୁ ଆସନରେ ଜିତି ନ ଥିଲା । ୨୦୨୩ରେ ଏହି ଆସନ ଗୁଡିକରେ ଦଳ ଭଲ ପ୍ରଦର୍ଶନ କରିଛି। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସମାନ ରଣନୀତି ଆପଣେଇବା ପାଇଁ ଦଳ ଯୋଜନା କରିଛି। ଆଗାମୀ ୩୦ରୁ ୪୫ଦିନ ମଧ୍ୟରେ ଏଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ଭାଜପା ଏଭଳି ୧୬୦ ଟି ଆସନ ଚିହ୍ନଟ କରିସାରିଛି। ଏସବୁ ଆସନରେ ସ୍ଥିତିକୁ ମଜବୁତ କରିବା ପାଇଁ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀମାନଙ୍କୁ ନେଇ ପ୍ରସ୍ତୁତି ଚାଲିଛି।

ଦୁର୍ବଳ ଆସନକୁ ମଜବୁତ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି। ଦକ୍ଷିଣ ଏବଂ ପୂର୍ବରେ ଅନେକ ଅସୁରକ୍ଷିତ ଆସନ ଚିହ୍ନଟ କରାଯାଇଛି । ଏଠାରେ, ଦୁର୍ବଳ ଆସନଗୁଡ଼ିକର ଅର୍ଥ ହେଉଛି ଯେଉଁଠାରେ ଗତ ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିନାହିଁ। ପ୍ରାର୍ଥୀମାନଙ୍କର ଶୀଘ୍ର ଘୋଷଣା ସେମାନଙ୍କୁ ସୁବିଧା ଦେବ ବୋଲି ଦଳ ଆଶା କରୁଛି। ଦଳ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଦଳୀୟ ସୂତ୍ରରୁ ପ୍ରକାଶ ଲୋକସଭା ନିର୍ବାଚନରେ ଅଧିକାଂଶ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟସଭା ଏମପିଙ୍କୁ ରଣନୀତିର ଦାୟିତ୍ୱ ପ୍ରଦାନ କରାଯିବ। ରାୟ ବରେଲି ଏହି ଦୁର୍ବଳ ଲୋକସଭା ଆସନରେ ରହିଛି। ଏଥିରେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି। ଡିମ୍ପଲ ଯାଦବଙ୍କ ମେନପୁରୀ ସିଟ ମଧ୍ୟ ଏଥିରେ ଅଛି। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ଏହି ଆସନ ମଧ୍ୟରୁ ଅଧିକାଂଶ ଆସନ ହରାଇଛି। ଦଳ ଜିତିଥିବା କିଛି ସିଟ ମଧ୍ୟ ଏହି ତାଲିକାରେ ରହିଛି। ସ୍ଥାନୀୟ ସାମାଜିକ ତଥା ରାଜନୈତିକ ଅବସ୍ଥା କାରଣରୁ ଦଳ ଏକ ଆହ୍ବାନର ସମ୍ମୁଖୀନ ହୋଇଛି। ଭାଜପା ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏସବୁ ୧୬୦ଟି ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଭାଜପା ସମାନ ଆସନ ତାଲିକା ପ୍ରସ୍ତୁତ କରିଥିଲା। ୨୦୨୪ ନିର୍ବାଚନ ପାଇଁ ମଧ୍ୟ ଦଳ ସେହିଭଳି ରଣନୀତିକୁ ଅଧାର କରିଛି। ଯାହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଫେରିବେ ବୋଲି ଦଳ ଆଶା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri