Posted inଜାତୀୟ

ଲୋକସଭା ବିଜୟ ପାଇଁ ଭାଜପାର ସି-ବର୍ଗ ସୂତ୍ର : ମୋଦି ପୁଣି ଫେରିବେ…

ନୂଆଦିଲ୍ଲୀ,୨୩।୧୨ : ଭାରତୀୟ ଜନତା ପାର୍ଟି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର କର୍ମୀଙ୍କୁ ଏଥିପାଇଁ ସମସ୍ତ ଶକ୍ତିରେ ଲାଗିବାକୁ ନିବେଦନ କରିସାରିଛନ୍ତି। ଦଳ ଏହାର ଯୋଜନା ଉପରେ କାମ ଆରମ୍ଭ କରିଛି। ଲୋକସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା ହେବା ପୂର୍ବରୁ ଏଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ବିଧାନସଭା ପରି ଭାଜପା ମଧ୍ୟ ଲୋକସଭା ନିର୍ବାଚନରେ ’ସି-ବର୍ଗ’ ସୂତ୍ର କାର୍ଯ୍ୟକାରୀ କରିବ। ଆସନ୍ତା ସପ୍ତାହରୁ ଦଳ ନିର୍ବାଚନ ପ୍ରସ୍ତୁତି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।

ଦଳର ସୂତ୍ରରୁ ପ୍ରକାଶ, ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାଜପା ‘ସି-ବର୍ଗ’ ସୂତ୍ର କାର୍ଯ୍ୟକାରୀ କରିଛି। ଏସବୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବହୁ ପୂର୍ବରୁ ଘୋଷଣା କରାଯାଇଥିଲା। ଗତ ବିଧାନସଭା ନିର୍ବାଚନରେ ଭାଜପା ଏସବୁ ଆସନରେ ଜିତି ନ ଥିଲା । ୨୦୨୩ରେ ଏହି ଆସନ ଗୁଡିକରେ ଦଳ ଭଲ ପ୍ରଦର୍ଶନ କରିଛି। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସମାନ ରଣନୀତି ଆପଣେଇବା ପାଇଁ ଦଳ ଯୋଜନା କରିଛି। ଆଗାମୀ ୩୦ରୁ ୪୫ଦିନ ମଧ୍ୟରେ ଏଭଳି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବ। ଭାଜପା ଏଭଳି ୧୬୦ ଟି ଆସନ ଚିହ୍ନଟ କରିସାରିଛି। ଏସବୁ ଆସନରେ ସ୍ଥିତିକୁ ମଜବୁତ କରିବା ପାଇଁ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀମାନଙ୍କୁ ନେଇ ପ୍ରସ୍ତୁତି ଚାଲିଛି।

ଦୁର୍ବଳ ଆସନକୁ ମଜବୁତ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି। ଦକ୍ଷିଣ ଏବଂ ପୂର୍ବରେ ଅନେକ ଅସୁରକ୍ଷିତ ଆସନ ଚିହ୍ନଟ କରାଯାଇଛି । ଏଠାରେ, ଦୁର୍ବଳ ଆସନଗୁଡ଼ିକର ଅର୍ଥ ହେଉଛି ଯେଉଁଠାରେ ଗତ ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିନାହିଁ। ପ୍ରାର୍ଥୀମାନଙ୍କର ଶୀଘ୍ର ଘୋଷଣା ସେମାନଙ୍କୁ ସୁବିଧା ଦେବ ବୋଲି ଦଳ ଆଶା କରୁଛି। ଦଳ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଦଳୀୟ ସୂତ୍ରରୁ ପ୍ରକାଶ ଲୋକସଭା ନିର୍ବାଚନରେ ଅଧିକାଂଶ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟସଭା ଏମପିଙ୍କୁ ରଣନୀତିର ଦାୟିତ୍ୱ ପ୍ରଦାନ କରାଯିବ। ରାୟ ବରେଲି ଏହି ଦୁର୍ବଳ ଲୋକସଭା ଆସନରେ ରହିଛି। ଏଥିରେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି। ଡିମ୍ପଲ ଯାଦବଙ୍କ ମେନପୁରୀ ସିଟ ମଧ୍ୟ ଏଥିରେ ଅଛି। ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ଏହି ଆସନ ମଧ୍ୟରୁ ଅଧିକାଂଶ ଆସନ ହରାଇଛି। ଦଳ ଜିତିଥିବା କିଛି ସିଟ ମଧ୍ୟ ଏହି ତାଲିକାରେ ରହିଛି। ସ୍ଥାନୀୟ ସାମାଜିକ ତଥା ରାଜନୈତିକ ଅବସ୍ଥା କାରଣରୁ ଦଳ ଏକ ଆହ୍ବାନର ସମ୍ମୁଖୀନ ହୋଇଛି। ଭାଜପା ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏସବୁ ୧୬୦ଟି ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଭାଜପା ସମାନ ଆସନ ତାଲିକା ପ୍ରସ୍ତୁତ କରିଥିଲା। ୨୦୨୪ ନିର୍ବାଚନ ପାଇଁ ମଧ୍ୟ ଦଳ ସେହିଭଳି ରଣନୀତିକୁ ଅଧାର କରିଛି। ଯାହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଫେରିବେ ବୋଲି ଦଳ ଆଶା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri