Categories: ଜାତୀୟ

ଭାଜପାର ୨୦୨୪ ଲୋକସଭା ବିଜୟ ଯୋଜନା: ଘର ବାହୁଡିବେ ୫ ହଜାରରୁ ଅଧିକ ବହିଷ୍କୃତ…

ନୂଆଦିଲ୍ଲୀ,୨୭।୧୧ : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଭାଜପା ଏହାର ରଣନୀତିକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ବହିଷ୍କୃତ ହୋଇଥିବା ୫ ହଜାରରୁ ଅଧିକ ବିଦ୍ରୋହୀ ଘରକୁ ଫେରିବାକୁ ଯାଉଛନ୍ତି। ସୋମବାର ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ଡେପୁଟି ସିଏମ ବ୍ରଜେଶ ପାଠକଙ୍କ ଉପସ୍ଥିତିରେ ଅୱଧ ଅଞ୍ଚଳରୁ ଭାଜପାରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିବା ବିଦ୍ରୋହୀଙ୍କୁ ଫେରାଇ ଅଣାଯିବ। ସେହିଭଳି ଅନ୍ୟ ଅଞ୍ଚଳର ବିଦ୍ରୋହୀମାନେ ମଧ୍ୟ ଘରକୁ ବାହୁଡିବେ।

ଉତ୍ତରପ୍ରଦେଶ ପୌରପରିଷଦ ନିର୍ବାଚନରେ ଦଳର ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫ ହଜାରରୁ ଅଧିକ ପଦାଧିକାରୀଙ୍କୁ ବହିଷ୍କୃତ କରାଯାଇଥିଲା। କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାର ରଣନୀତି ହେଉଛି ବିଦ୍ରୋହୀଙ୍କ ପ୍ରତ୍ୟାବର୍ତ୍ତନ ନିର୍ବାଚନ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବ। ଏଥିସହିତ ଏହା ପାର୍ଟି ସପକ୍ଷରେ ଏକ ପରିବେଶ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ବାସ୍ତବରେ ଦଳର ସର୍ଭେରୁ ଜଣାପଡିଛି ଅନେକ ବିଦ୍ରୋହୀ ପୌରପରିଷଦ ନିର୍ବାଚନରେ ଜିତିଛନ୍ତି। ସେମାନେ ଏପର୍ଯ୍ୟନ୍ତ କୌଣସି ପାର୍ଟିକୁ ଯାଇ ନାହାନ୍ତି। ତେଣୁ ସେମାନଙ୍କୁ ଦଳକୁ ଫେରାଇ ଆଣିବା ଦ୍ୱାରା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆହୁରି ଦୃଢ଼ ହୋଇପାରିବ।

ସୋମବାର ଡେପୁଟି ସିଏମ ବ୍ରଜେଶ ପଠକ ଏବଂ ଅଓ୍ବଧ ଅଞ୍ଚଳର ସଭାପତି କମଲେଶ ମିଶ୍ରଙ୍କ ଉପସ୍ଥିତିରେ ଲକ୍ଷ୍ନୌର ପାର୍ଟି ମୁଖ୍ୟାଳୟରେ ୩୫ ବିଦ୍ରୋହୀଙ୍କୁ ଦଳର ସଦସ୍ୟତା ପ୍ରଦାନ କରାଯିବ। କୁହାଯାଉଛି ଏହି ସମୟ ମଧ୍ୟରେ ଅନ୍ୟ ଦଳର ଅନେକ କର୍ମୀ ମଧ୍ୟ ଭାଜପାରେ ଯୋଗଦେବେ। ୩୫ ବିଦ୍ରୋହୀଙ୍କ ମଧ୍ୟରେ ବହୁ ପୂର୍ବତନ କାଉନସିଲର, ୱାର୍ଡ ସଭାପତି ଏବଂ ଡିଭିଜନ ସଭାପତିଙ୍କ ବ୍ୟତୀତ ମୈଥିଲି ଶରଣ ଗୁପ୍ତା ୱାର୍ଡର ପୂର୍ବତନ କାଉନସିଲର ଦିଲୀପ ଶ୍ରୀବାସ୍ତବ, ପୂର୍ବତନ କାର୍ଯ୍ୟକାରୀ ମେୟର ସୁରେଶ ଅୱସ୍ତି ଅଛନ୍ତି।

Share