Categories: ଜାତୀୟ

ବିହାର ବିଧାନସଭା ନିର୍ବାଚନରେ ଭାଜପାର ୧୧ ସଂକଳ୍ପ: ମାଗଣା କରୋନା ଟିକା-୧୯ଲକ୍ଷଙ୍କୁ ନିଯୁକ୍ତି

ପାଟନା, ୨୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୧ ସଂକଳ୍ପ ଥିବା ଘୋଷଣା ପତ୍ର ଗୁରୁବାର ଜାରି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଏହି ଅବସରରେ ରାଜ୍ୟ ଭାଜପା ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲ, ଭୂପେନ୍ଦ୍ର ଯାଦବ, ନିତ୍ୟାନ୍ଦ ରାୟ, ଅଶ୍ୱିନୀ ଚୌବେ, ପ୍ରମୋଦ କୁମାର ପ୍ରମୁଖ ଉପସ୍ଥିତଥିଲେ। ରାଜ୍ୟରେ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି ୧୯ ଲକ୍ଷ ବେକାରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ସହିତ ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭର କରାଇବା ଲକ୍ଷ୍ୟକୁ ଘୋଷଣା ପତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୦ ସୁଦ୍ଧା ରାଜ୍ୟର ୩୦ ଲକ୍ଷ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ସହିତ ଦରଭଙ୍ଗାରେ ଏମ୍ସ୍‌ ସ୍ଥାପନର ପ୍ରତିଶ୍ରୁତି ଭାଜପା ପକ୍ଷରୁ ଦିଆଯାଇଛି। ମେଡ଼ିକାଲ, ଇଞ୍ଜିନିୟରିଂ ଅନ୍ୟ ଜ୍ଞାକୌଶଳ ଭିତ୍ତିକ ଶିକ୍ଷା ହିନ୍ଦୀ ଭାଷାରେ ଉପଲବ୍ଧ କରାଇବାକୁ ଘୋଷଣା ପତ୍ରରେ କୁହାଯାଇଛି। ୨ ବର୍ଷର ୧୫ ନୂଆ ପ୍ରକିୟାକରଣ ଉଦ୍ୟୋଗ ସ୍ଥାପନ, ମଧୁର ମାଛ ଉତ୍ପାଦନ ବୃଦ୍ଧି ଆଦି ଲୋଭନୀୟ ପ୍ରତିଶ୍ରୁତି ଘୋଷଣା ପତ୍ରରେ ଦିଆଯାଇଛି।

Share