Categories: ଜାତୀୟ

ଆସାମରେ ଭାଜପାର ୧୦ ସଙ୍କଳ୍ପ: ୩୦ ଲକ୍ଷ ପରିବାରଙ୍କୁ ମାସକୁ ୩ ହଜାର

ଗୁଆହାଟି,୨୩।୩: ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଭାଜପା ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରମୁଖଙ୍କ ଉପସ୍ଥିତିରେ ଇସ୍ତାହାର ଘୋଷଣା କରାଯାଇଛି। ଇସ୍ତାହାରରେ ଭାଜପା ୧୦ ସଙ୍କଳ୍ପକୁ ସ୍ଥାନ ଦେଇଛି। ସେଥି ମଧ୍ୟରେ ରାଜ୍ୟରେ ଉପଯୁକ୍ତ ଏନ୍‌ଆରସି ଲାଗୁ, ଅରୁଣଦୋଇ ଯୋଜନା ଅନ୍ତର୍ଗତ ୩୦ ଲକ୍ଷ ପରିବାରଙ୍କୁ ମାସିକ ୩ ହଜାର ଟଙ୍କାର ସହାୟତା, ବ୍ରହ୍ମପୁତ୍ରରେ ଜଳଭଣ୍ଡାର ନିର୍ମାଣ ଆଦି ରହିଛି। ନଡ୍ଡା ରାଜ୍ୟରେ ଗତ ୫ ବର୍ଷରେ ଭାଜପା ସରକାରଙ୍କର ସଫଳତାର ହିସାବ ଦେଇ ଚଳିତ ଥର ଦଳକୁ ବିଜୟୀ କରାଇବା ଲାଗି ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଅନୁରୋଧ କରିଛନ୍ତି।

Share