ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ ଜୟଦେବ ଯେନା ଉଭୟେ ହାଟଡିହୀ ବ୍ଲକ ଅଞ୍ଚଳର ବାସିନ୍ଦା। ସେମାନେ ପ୍ରଚାର ଆରମ୍ଭ କରିଦେଇଥିବା ବେଳେ ବିଜେଡି ନୀରବ ରହିଛି। କାରଣ ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ।
୨୦୧୯ରେ ବିଜେଡିରୁ ବିଧାୟକ ଭାବେ ଭାଗୀରଥି ସେଠୀ ବିଜୟୀ ହୋଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଦେଖିଲେ ବିଜେଡି ଓ କଂଗ୍ରେସର ଭୋଟ ପରିମାଣ ୨୦୧୯ ବିଧାନସଭା ନିର୍ବାଚନର ଭୋଟ ପରିମାଣଠାରୁ କମ୍‌ ରହିଛି। ବିଜେଡିର ଭୋଟ ପରିମାଣ କମିବା ପଛରେ ଦୁଇ ପୁରୁଣା ବିଧାୟକ ଭାଗୀରଥି ସେଠୀ ଏବଂ ମାୟାଧର ଯେନାଙ୍କ ପ୍ରତି କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଭାଜପାର ଭୋଟ ପରିମାଣ ଇତିମଧ୍ୟରେ ବଢ଼ିଛି। ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୪୫,୬୫୭, ବିଜେଡିକୁ ୮୯,୮୫୦ ଏବଂ ଭାଜପାକୁ ୩୧, ୫୫୪ ଖଣ୍ଡ ଭୋଟ ମିଳିଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ୧ ଲକ୍ଷ ୮୪ ହଜାର ୮୯୩ ଜଣ ଭୋଟ ଦେଇଥିଲେ। ମୋଟ ୭ ଜିଲା ପରିଷଦ ଜୋନ୍‌ ଏବଂ ଆନନ୍ଦପୁର ମ୍ୟୁନିସିପାଲିଟିରୁ କଂଗ୍ରେସକୁ ୧୯, ୫୯୭ ଖଣ୍ଡ, ବିଜେଡିକୁ ୮୯, ୭୧୩ ଖଣ୍ଡ ଏବଂ ଭାଜପାକୁ ୭୦, ୮୧୭ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସକୁ ପଛରେ ପକାଇ ଭାଜପା ଦ୍ୱିତୀୟ ସ୍ଥାନରେ ରହି ବିଜେଡି ସହ ପ୍ରତିଦ୍ବନ୍ଦ୍ୱିତା କରିଥିଲା। ତେବେ ଭାଜପାର ଆଲୋକ ଏବେ ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ପ୍ରଚାରକୁ ଜୋର କରିଛନ୍ତିି। ସେ ଏଥର ସେଠାରେ ଭଲ ପ୍ରଦର୍ଶନ କରିବେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
ପୂର୍ବ ରେକର୍ଡକୁ ଦେଖିଲେ ଏଠାରେ ବିଜେଡି, ଭାଜପା ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୁଏ। ଗତ ୩ ବିଧାନସଭା ନିର୍ବାଚନରେ ଲଗାତର ପରାଜିତ ହୋଇଥିବା କଂଗ୍ରେସର ଜୟଦେବ ଯେନାଙ୍କ ପାଇଁ ଏଥର ନିର୍ବାଚନ କର ବା ମର ସ୍ଥିତି ସୃଷ୍ଟି କରିଛି। ଜୟଦେବ ବିଭିନ୍ନ ଅଞ୍ଚଳ ଗସ୍ତକରି ପ୍ରଚାର କରିଚାଲିଛନ୍ତି। ଦଳ ଛାଡ଼ି ପଳାଇଥିବା କର୍ମୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ବିଜେଡି କଥା ଦେଖିଲେ ପୁରୁଣା ମୁହଁକୁ ବାଦ୍‌ ଦେଇ ଖୁବ୍‌ଶୀଘ୍ର ଦଳ ଏଠାରେ ନୂଆ ପ୍ରାର୍ଥୀ ଘୋଷଣା କରିବ ବୋଲି ଦଳୀୟ କର୍ମୀମାନେ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri