୨୦୨୪ରେ ଜିଡିପି ଅଭିବୃଦ୍ଧି ହାର ୬.୮%

ଭୁବନେଶ୍ୱର,୧୭।୪(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୮ ପ୍ରତିଶତ ହାରରେ ବୃଦ୍ଧିପାଇବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍‌ରେ ଏପରି ଆକଳନ ପ୍ରକାଶ କରିଛି। ଆଇଏମ୍‌ଏଫ୍‌ ୨୦୨୪ରେ ଭାରତରେ ଜିଡିପି ଅଭିବୃଦ୍ଧି ହାରକୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରିଛି। ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଗତ ଜାନୁଆରୀରେ ଆକଳନ କରାଯାଇଥିଲା। ୨୦୨୫ ପାଇଁ ଆଇଏମ୍‌ଏଫ୍‌ ଏହାର ଅଭିବୃଦ୍ଧି ପୂର୍ବାନୁମାନ ଅପରିବର୍ତ୍ତିତ ରଖିଛି। ୨୦୨୫ରେ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିଶ୍ୱ ଅର୍ଥନୈତିକ ଆଉଟଲୁକ୍‌ ରିପୋର୍ଟ ପ୍ରକାଶକରି ଆଇଏମ୍‌ଏଫ୍‌ କହିଛି, ଭାରତରେ ଅଭିବୃଦ୍ଧି ମଜଭୁତ ରହିବ ଏବଂ ୨୦୨୪ରେ ଜିଡିପି ୬.୮ ପ୍ରତିଶତ ଏବଂ ୨୦୨୫ରେ ୬.୫ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଆଇଏମ୍‌ଏଫ୍‌ ଅନୁଯାୟୀ, ଘରୋଇ ଚାହିଦା ଏବଂ କର୍ମଜୀବୀ ଶ୍ରେଣୀର ଜନସଂଖ୍ୟା ବୃଦ୍ଧି ହେତୁ ଭାରତର ଏହି ଆର୍ଥିକ ଅଭିବୃଦ୍ଧିରେ ଦେଖାଯାଉଛି। ଆଇଏମ୍‌ଏଫ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ୭.୮ ପ୍ରତିଶତକୁ ବୃଦ୍ଧି କରିଛ। ସରକାର ଏହି ଅଭିବୃଦ୍ଧି ହାର ୭.୬ ପ୍ରତିଶତ ଆକଳନ କରିଥିବାବେଳେ ଏହାଠାର ଆଇଏମ୍‌ଏଫ୍‌ ଆକଳନ ଅଧିକ ରହିଛି। ସେହିପରି ୨୦୨୪ରେ ଭାରତରେ ମୁଦ୍ରାସ୍ଫୀତି ହାର ୪.୬ ପ୍ରତିଶତ ଏବଂ ୨୦୨୫ରେ ୪.୨ ପ୍ରତିଶତ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆନୁମାନିକ ତୁଳନାରେ ଆଇଏମ୍‌ଏଫ୍‌ର ଆକଳନ ସାମାନ୍ୟ ଅଧିକ ରହିଛି। ମାର୍ଚ୍ଚ ୨୦୨୪ ପାଇଁ ପ୍ରକାଶିତ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଅନୁଯାୟୀ, ଯଦିଓ ଖାଦ୍ୟ ମୁଦ୍ରାସ୍ଫୀତି ହାର ୮.୫୨ ପ୍ରତିଶତ ରହିଛି ମାତ୍ର ଖୁଚୁରା ମୁଦ୍ରାସ୍ଫୀତି ହାର ୪.୮୫ ପ୍ରତିଶତକୁ ଖସି ଆସିଛି। ଆଇଏମ୍‌ଏଫ୍‌ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାରର ଆକଳନକୁ ବୃଦ୍ଧି କରିଥିବାବେଳେ ଏହା ଚାଇନାର ଅଭିବୃଦ୍ଧି ହାରର ଆକଳନକୁ ହ୍ରାସ କରିଛି। ଆଇଏମ୍‌ଏଫ୍‌ ଅନୁଯାୟୀ, ଚାଇନାର ଅର୍ଥନୀତି ୨୦୨୪ରେ ୪.୬ ପ୍ରତିଶତ ଏବଂ ୨୦୨୫ ରେ ୪.୧ ପ୍ରତିଶତ ଅଭିବୃଦ୍ଧି ରହିବ। ଏହା ୨୦୨୩ରେ ୫.୨ ପ୍ରତିଶତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?