Categories: ଜାତୀୟ

ଭାଜପା ନେତାଙ୍କୁ ନିର୍ମମ ହତ୍ୟା, ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ଭାରତୀୟ ଜନତା ପାର୍ଟି(ଭଜପା) ଯୁବମୋର୍ଚ୍ଚାର କର୍ମୀ ପ୍ରବିଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । କେହି ଅଜଣା ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି । ନେଟ୍ଟାରୁ ଭାଜପା ଯୁବ ମୋର୍ଚ୍ଚାର ଜିଲା ସଚିବ ଥିଲେ । ଏହି ଘଟଣାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଭାଜପା ନେତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାରକୁ ଖୁବଶୀଘ୍ର ନ୍ୟାୟ ମିଳିବ ବୋଲି କହିଛନ୍ତି । ଏହସହ ମୁଖ୍ୟମନ୍ତ୍ରୀ ଏହି ଘଟଣାର ନିନ୍ଦା ବି କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ନେଟ୍ଟାରୁ ତାଙ୍କ ଦୋକାନ ବନ୍ଦ କରୁଥିବା ସମୟରେ ବାଇକରେ ଆସିଥିବା ଅଜ୍ଞାତ ଆକ୍ରମଣକାରୀ ତାଙ୍କୁ କୁରାଢି ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ସେ ଗୁରୁତର ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଏହି ଘଟଣା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ଘଟଣାର ନିନ୍ଦା କରିଥିଲେ । ଏହି ଘଟଣାର ବିରୋଧ କରି ଭାଜପା କର୍ମୀମାନେ ସାରା ରାତି ସଡ଼କ ଉପରେ ବସି ରହିଥିଲେ । ଏହାସହ ଆମକୁ ନ୍ୟାୟ ଦରକାର ବୋଲି ସ୍ଲୋଗାନ ବି ଦେଇଥିଲେ ।

Share