Categories: ଜାତୀୟ

୨୦୨୪ ନିର୍ବାଚନରେ ଭାଜପାକୁ ମିଳିବନି ସଂଖ୍ୟାଗରିଷ୍ଠତା: ଥରୁର…

ତିରୁଭାନନ୍ତପୁରମ,୧୪।୧ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦାବି କରିଛନ୍ତି ଯେ ୨୦୨୪ ରେ ୨୦୧୯ ନିର୍ବାଚନରେ ଭାଜପାର ପୁନରାବୃତ୍ତି ସମ୍ଭବ ନୁହେଁ। ତିରୁଭାନନ୍ତପୁରମ ଲୋକସଭା ଆସନର ଏମପି ଥରୁର କେରଳ ସାହିତ୍ୟ ମହୋତ୍ସବରେ ଯୋଗ ଦେଇ କହିଛନ୍ତି ଯେ ଅନେକ ରାଜ୍ୟରେ ଭାଜପା ସରକାର ହରାଇଛି।

ସେ କହିଛନ୍ତି ଯେ ଲୋକସଭା ୨୦୧୯ ରେ ଭାଜପା ଭଲ ପ୍ରଦର୍ଶନ କରିଥିଲା। ତେଣୁ ରାଜସ୍ଥାନର ହରିୟାଣା, ଗୁଜରାଟରେ ସେମାନେ ବିଜୟୀ ହୋଇଥିଲେ। ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ଭାଜପାର ପ୍ରଦର୍ଶନ ଭଲ ଥିଲା। ପଶ୍ଚିମବଙ୍ଗରେ ୧୮ ଟି ଆସନ ଭାଜପା ହାତେଇଥିଲା।

ବର୍ତ୍ତମାନ ସେହି ସମସ୍ତ ଫଳାଫଳକୁ ପୁନରାବୃତ୍ତି କରିବା ଅସମ୍ଭବ ଏବଂ ୨୦୨୪ ମସିହାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ସମ୍ଭବ ହେବ ନାହିଁ। ଡେମୋକ୍ରାଟିକ ଇନଷ୍ଟିଚ୍ୟୁଶନ୍ସ ଇଣ୍ଡିଆ ଏ ୱାଲ ନାମକ ଏକ ଅଧିବେଶନରେ ଥରୁର ଏହା କହିଛନ୍ତି।

Share