Posted inଜାତୀୟ

ଗୁଜରାଟରେ ୪ ହଜାରଙ୍କ ମଧ୍ୟରୁ ୧୮୨ ପ୍ରାର୍ଥୀ ଚୟନ କରିବ ଭାଜପା, ଚୟନ ପାଇଁ ୩ ସୁତ୍ରୀ ନିୟମ…

ଅହମଦାବାଦ,୩।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ରାଜ୍ୟରେ ଭାଜପା ରାଜ୍ୟରେ ସକ୍ରିୟ ହୋଇପଡିଛି। ଦଳର ଗୁରୁତ୍ୱପୂର୍ଣ୍ଣ ୩ ଦିନିଆ ବୈଠକ ଗୁଜୁରାଟ ମୁଖ୍ୟାଳୟରେ ଆରମ୍ଭ ହୋଇଛି । ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ତାଙ୍କ ବ୍ୟତୀତ ରାଜ୍ୟ ଦାୟିତ୍ୱରେ ଥିବା ଭୁପେନ୍ଦ୍ର ଯାଦବ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟ ସଭାପତି ସିଆର୍‌ ପାଟିଲ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କୁହାଯାଉଛି ଯେ ତିନି ଦିନର ଏହି ମାରାଥନ ବୈଠକରେ ସମସ୍ତ ୧୮୨ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ବିଚାର କରାଯିବ। ଦଳ ଚାହୁଁଛି ଯେ ପ୍ରାର୍ଥୀଙ୍କ ନାମ ଠିକ ସମୟରେ ଘୋଷଣା କରାଯାଉ ଯାହା ଦ୍ୱାରା ସେମାନେ ନିର୍ବାଚନରେ ପ୍ରଚାର କରିବାରେ ବିଳମ୍ବ ହେବ ନାହିଁ।

ବିଚାର କରାଯିବାକୁ ଥିବା ସମସ୍ତ ଆସନରୁ ଆଶାୟୀ ପ୍ରାର୍ଥୀଙ୍କ ନାମ ଭାଜପା ମଗାଇଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ୧୮୨ ଟି ଆସନ ପାଇଁ ମୋଟ ୪ ହଜାର ଆବେଦନ ଗ୍ରହଣ କରାଯାଇଛି, ଯାହାକୁ ବିଚାର କରାଯିବ। ଭାଜପା ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ଅଛି ଏବଂ ଅନେକ ବିଧାୟକ ଦଶନ୍ଧି ଧରି ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଆଣ୍ଟି-ଇନକମ୍ବେନ୍ସି ହେବାର ଆଶଙ୍କା ମଧ୍ୟ ରହିଛି। ଏହାର ମୁକାବିଲା ପାଇଁ ଦଳ ଦ୍ୱାରା ପୁନରାବୃତ୍ତି ଫର୍ମୁଲା କାର୍ଯ୍ୟକାରୀ ହୋଇ ସର୍ବାଧିକ ଆସନରେ ପୁରୁଣା ବିଧାୟକଙ୍କୁ ହଟାଯିବାର ଯୋଜନା ରହିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ୩ ସୁତ୍ରୀ ନିୟମକୁ ଗ୍ରହଣ କରାଯିବ।

ପରିବାରବାଦଠାରୁ ଦୂରତା, ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ଏବଂ ତୃଣମୂଳ କର୍ମଚାରୀଙ୍କୁ ସୁଯୋଗ ଦେବା ଉପରେ ପ୍ରାଥମିକତା ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ମାଧ୍ୟମରେ ଭାଜପା କର୍ମୀମାନଙ୍କୁ ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିବ ଯେ ସାଧାରଣ ଲୋକ ମଧ୍ୟ ଏକ ସୁଯୋଗ ପାଇପାରିବେ। ନୂଆ ଚେହେରା ମାଧ୍ୟମରେ ନୂଆ ପରିବେଶ ସୃଷ୍ଟି କରିବାକୁ ଭାଜପା ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri