ଗାଁ ଗଣ୍ଡାରେ ସରକାର ବିରୋଧରେ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ବର,୨୩ା୧(ବ୍ୟୁରୋ):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିକଟରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଉପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଏଠାରେ ସରକାରକୁ କିଏ ଚଳାଉଛି ଜଣାପଡୁ ନାହିଁ ବୋଲି ନଡ୍ଡା ନିକଟରେ ଓଡ଼ିଶା ଗସ୍ତରେ ଆସି ଦେଇଥିବା ମନ୍ତବ୍ୟ ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି। ରାଜ୍ୟ ଶାସନ ଅବସ୍ଥା ସ୍ଥାଣୁ ପାଲଟିବା ସାଙ୍ଗକୁ ଏହା ଅମଲାତନ୍ତ୍ର କବ୍‌ଜାକୁ ଆସିଥିବା ଅଭିଯୋଗ ଆଣି ଏହି ପ୍ରସଙ୍ଗ ଗାଁ ଗାଁରେ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ଦୁର୍ନୀତି, ଭ୍ରଷ୍ଟାଚାର, ପିଏମ୍‌-ଆବାସ ଯୋଜନାରେ କେଳେଙ୍କାରୀ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ନେଇ ବଡଧରଣର ଆନ୍ଦୋଳନ ହେବ ବୋଲି ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି।
ଶନିବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ପଦାଧିକାରୀ ବୈଠକ ପରେ ରବିବାର ପ୍ରଥମେ ପଟିଆସ୍ଥିତ ଏକ ଘରୋଇ ହୋଟେଲଠାରେ କୋର୍‌ କମିଟି ବସିଥିଲା। ସେଥିରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ବସିଥିଲା ରାଜ୍ୟ କାର୍ଯ୍ୟକାରିଣୀ, ଯେଉଁଠାରେ ବିଜେଡି ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ଫୋକସ୍‌ରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରାମର୍ଶ ରହିଥିଲା। କିଛିଦିନ ତଳେ ନଡ୍ଡା ଓଡ଼ିଶା ଗସ୍ତରେ ଆସି କହିଥିଲେ ଏଠି ସରକାରକୁ କିଏ ଚଳାଉଛି ଜଣାପଡୁନି। ନଡ୍ଡା କହିଯାଇଥିବା ପ୍ରସଙ୍ଗକୁ ଜନସାଧାରଣ ମଧ୍ୟ ଅନୁଭବ କରୁଥିବା ଭାଜପା କହିଛି। ରାଜ୍ୟ ଶାସନ ବ୍ୟବସ୍ଥା ଅମଲାତନ୍ତ୍ର କବ୍‌ଜାରେ ଓ ଜନପ୍ରତିନିଧି ଅସହାୟ ଅବସ୍ଥାରେ ଥିବାବେଳେ ଗଣତନ୍ତ୍ର ବିପଦରେ ରହିଛି। ଏହାଦ୍ୱାରା ବିକାଶ ବାଧାପ୍ରାପ୍ତ ହେଉଥିବା ଭାଜପା ଅନୁଭବ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା। ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନ ଆସିବା, ମନ୍ତ୍ରୀମାନେ ପ୍ରଶ୍ନକାଳରେ ଉପସ୍ଥିତ ନ ରହିବା ଆଦି ପ୍ରସଙ୍ଗ କାର୍ଯ୍ୟକାରିଣୀରେ ଉଠାଯାଇଥିଲା। ଗାଁ ଗଣ୍ଡାରେ ଏହିସବୁ ପ୍ରସଙ୍ଗ ଏବଂ ସରକାରଙ୍କ ସ୍ଥାଣୁତା ବିଷୟ ଉଠାଯିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟକାରିଣୀ ପରେ ଏକ ଖବରଦାତା ସମ୍ମିଳନୀ ଜରିଆରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ରାଜ୍ୟ ସରକାର ନିଜ ମଳିନ ଛବିକୁ ଘୋଡ଼ାଇବା ପାଇଁ ହକିକୁ ଆୟୁଧ କରିଛନ୍ତି। ଗତ ହକି ବିଶ୍ୱକପ୍‌ ବେଳେ ସରକାର ୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏଥର ରାଜ୍ୟ ସରକାର ପ୍ରାୟ ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆବାସ କେଳେଙ୍କାରୀ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବଳାତ୍କାର, ବେକାରି ସମସ୍ୟା, ଚାଷୀ ସମସ୍ୟା ସାଙ୍ଗକୁ ମଣ୍ଡି ଅବ୍ୟବସ୍ଥା, ଶିକ୍ଷକ ଅଭାବ ସାଙ୍ଗକୁ ଦୁର୍ବଳ ଶିକ୍ଷା ଭିତ୍ତିଭୂମି, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ରାଜନୀତିରେ ଅପରାଧୀକରଣ, ଆଦିବାସୀ, ଦଳିତଙ୍କୁ ଅଣଦେଖା ଏବଂ ପଛୁଆ ବର୍ଗକୁ ଅବହେଳା ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗରେ ଆନ୍ଦୋଳନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହାସହ ବୁଥ୍‌ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ମଣ୍ଡଳଓ୍ବାରି ନେତାଙ୍କୁ ସଙ୍ଗଠନ ବିସ୍ତାର ପାଇଁ ଦାୟିତ୍ୱ ମିଳିଛି। ରାଜ୍ୟ କାର୍ଯ୍ୟକାରିଣୀରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ହେଲେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଉପସ୍ଥିତ ନ ରହିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛିଦିନ ତଳେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କୁ ଉଭୟ ଗମାଙ୍ଗ ଭେଟି ଚର୍ଚ୍ଚାରେ ରହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟକାରିଣୀକୁ ଟାର୍ଗେଟ କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ସମସ୍ତ ୩୦ ଜିଲା ପରିଷଦରେ ହାରିଯିବା ପରେ ଓଡ଼ିଶା ଭାଜପା ହତାଶ ହୋଇପଡ଼ିଛି। ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ କେବଳ ଚେଷ୍ଟା କରୁଛି। ଭାଜପା ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି ଏବଂ ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ। ଯେଉଁଥିପାଇଁ ରାଜ୍ୟବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଲେନିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri