Posted inରାଜ୍ୟ

ଓଡ଼ିଶାରେ ୧୫ ଲୋକ ସଭା ଆସନ ପାଇବ ଭାଜପା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୧୨(ସୁନିତ୍‌ ମିଶ୍ର): ୨୦୨୪ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ଅତିକମ୍‌ରେ ୧୫ଟି ଆସନରେ ଜିତିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ୪୫% ଭୋଟ ପାଇବ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରହଣୀୟତା ୮୦ ପ୍ରତିଶତରୁ ଅଧିକ ରହିଛି। ୨୦୧୪ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ୨୨% ଭୋଟ ପାଇବା ସହ ଗୋଟିଏ ଆସନରେ ଜିତିଥିଲା। ୨୦୧୪ ବିଧାନସଭା ନିର୍ବାଚନରେ ୧୮% ଭୋଟ ମିଳିବା ସହ ୧୦ଟି ଆସନରେ ଜିତିଥିଲା।

୨୦୧୯ ଲୋକ ସଭା ନିର୍ବାଚନରେ ଦଳର ଭୋଟ ୩୮%କୁ ବୃଦ୍ଧିପାଇବା ସହ ଆସନ ସଂଖ୍ୟା ୮ରେ ପହଞ୍ଚିଥିଲା। ସେଥିର ବିଜେଡିକୁ ୪୨ ପ୍ରତିଶତ ଭୋଟ ଲୋକ ସଭା ନିର୍ବାଚନରେ ମିଳିଥିଲା। ବିଧାନସଭା ନିର୍ବାଚନରେ ବିଜେଡିକୁ ୪୪ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଭାଜପାର ଭୋଟ୍‌ ପ୍ରତିଶତ ୧୮%ରୁ ବୃଦ୍ଧି ପାଇ ୩୨ ପ୍ରତିଶତରେ ପହଞ୍ଚିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଭାଜପାର ଭୋଟ ହାର ପାଖାପାଖି ୧୦୦% ବଢ଼ିଛି। ରାଜନୀତିରେ ୩ ମାସ ବହୁତ ଅଧିକ ସମୟ। ପ୍ରଧାନମନ୍ତ୍ରୀ ଓଡ଼ିଶାର ସବୁଠାରୁ ବେଶି ଲୋକପ୍ରିୟ ରାଜନେତା । ମୋଦି ସରକାରଙ୍କ ସମୟରେ କେଉଁ ରାଜ୍ୟ ଯଦି ସବୁଠୁ ଅଧିକ ରାଜସ୍ବ ପାଇଛି ତାହା ହେଉଛି ଓଡ଼ିଶା। ୪ ମାସ ପରେ ଫଳାଫଳ ଯାହା ଆସିବ ତା’ପରେ ଯଦି ଡାକିବେ ସେତେବେଳେ ବାସ୍ତବତା ଜଣାପଡିଥିବ ବୋଲି ସେ କହିଛନ୍ତି। ତେବେ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ପରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି , ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରାଜନୀତିକ ଦଳ ସେମାନଙ୍କ କଥା କହିଥାଆନ୍ତି। ହେଲେ ଓଡ଼ିଶାରେ ବାସ୍ତବ ସ୍ଥିତି ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନେତୃତ୍ୱ ଓ ଲୋକାଭିମୁଖୀ କାମ ପାଇଁ ତାହା ସମ୍ଭବ ହୋଇଛି। ୨୦୨୪ ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଏବଂ ସିଟ୍‌ ସଂଖ୍ୟା ବୃଦ୍ଧି ପାଇବ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଧର୍ମେନ୍ଦ୍ରବାବୁ ବହୁଦିନ ହେଲା ଓଡ଼ିଶାରୁ ନିର୍ବାଚନ ଲଢ଼ିନାହାନ୍ତି। ନିକଟରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରୁ ଉତ୍ସାହିତ ହୋଇ ସେ ଏକଥା କହିଛନ୍ତି। ଭାଜପା ଓ ବିଜେଡି ଭିତରେ ସମଦୂରତା ନାହିଁ ସମଝୋତା ଅଛି। ଏ ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚିଲାଣି। ରାଜ୍ୟରେ ଭାଜପାକୁ ୧୫ଟି ଏମ୍‌ପି ସିଟ୍‌ ମିଳିବା କେବଳ ସ୍ବପ୍ନ। ସେ କେବଳ କହୁ କହୁ କହି ଦେଇଛନ୍ତି ବୋଲି ଜୟଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri