Posted inରାଜ୍ୟ

ଓଡ଼ିଶାରେ ୧୫ ଲୋକ ସଭା ଆସନ ପାଇବ ଭାଜପା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୧୨(ସୁନିତ୍‌ ମିଶ୍ର): ୨୦୨୪ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ଅତିକମ୍‌ରେ ୧୫ଟି ଆସନରେ ଜିତିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଭାଜପା ୪୫% ଭୋଟ ପାଇବ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରହଣୀୟତା ୮୦ ପ୍ରତିଶତରୁ ଅଧିକ ରହିଛି। ୨୦୧୪ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ୨୨% ଭୋଟ ପାଇବା ସହ ଗୋଟିଏ ଆସନରେ ଜିତିଥିଲା। ୨୦୧୪ ବିଧାନସଭା ନିର୍ବାଚନରେ ୧୮% ଭୋଟ ମିଳିବା ସହ ୧୦ଟି ଆସନରେ ଜିତିଥିଲା।

୨୦୧୯ ଲୋକ ସଭା ନିର୍ବାଚନରେ ଦଳର ଭୋଟ ୩୮%କୁ ବୃଦ୍ଧିପାଇବା ସହ ଆସନ ସଂଖ୍ୟା ୮ରେ ପହଞ୍ଚିଥିଲା। ସେଥିର ବିଜେଡିକୁ ୪୨ ପ୍ରତିଶତ ଭୋଟ ଲୋକ ସଭା ନିର୍ବାଚନରେ ମିଳିଥିଲା। ବିଧାନସଭା ନିର୍ବାଚନରେ ବିଜେଡିକୁ ୪୪ ପ୍ରତିଶତ ଭୋଟ୍‌ ମିଳିଥିବା ବେଳେ ଭାଜପାର ଭୋଟ୍‌ ପ୍ରତିଶତ ୧୮%ରୁ ବୃଦ୍ଧି ପାଇ ୩୨ ପ୍ରତିଶତରେ ପହଞ୍ଚିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଭାଜପାର ଭୋଟ ହାର ପାଖାପାଖି ୧୦୦% ବଢ଼ିଛି। ରାଜନୀତିରେ ୩ ମାସ ବହୁତ ଅଧିକ ସମୟ। ପ୍ରଧାନମନ୍ତ୍ରୀ ଓଡ଼ିଶାର ସବୁଠାରୁ ବେଶି ଲୋକପ୍ରିୟ ରାଜନେତା । ମୋଦି ସରକାରଙ୍କ ସମୟରେ କେଉଁ ରାଜ୍ୟ ଯଦି ସବୁଠୁ ଅଧିକ ରାଜସ୍ବ ପାଇଛି ତାହା ହେଉଛି ଓଡ଼ିଶା। ୪ ମାସ ପରେ ଫଳାଫଳ ଯାହା ଆସିବ ତା’ପରେ ଯଦି ଡାକିବେ ସେତେବେଳେ ବାସ୍ତବତା ଜଣାପଡିଥିବ ବୋଲି ସେ କହିଛନ୍ତି। ତେବେ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ପରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି , ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରାଜନୀତିକ ଦଳ ସେମାନଙ୍କ କଥା କହିଥାଆନ୍ତି। ହେଲେ ଓଡ଼ିଶାରେ ବାସ୍ତବ ସ୍ଥିତି ହେଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନେତୃତ୍ୱ ଓ ଲୋକାଭିମୁଖୀ କାମ ପାଇଁ ତାହା ସମ୍ଭବ ହୋଇଛି। ୨୦୨୪ ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ ଏବଂ ସିଟ୍‌ ସଂଖ୍ୟା ବୃଦ୍ଧି ପାଇବ।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଧର୍ମେନ୍ଦ୍ରବାବୁ ବହୁଦିନ ହେଲା ଓଡ଼ିଶାରୁ ନିର୍ବାଚନ ଲଢ଼ିନାହାନ୍ତି। ନିକଟରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳରୁ ଉତ୍ସାହିତ ହୋଇ ସେ ଏକଥା କହିଛନ୍ତି। ଭାଜପା ଓ ବିଜେଡି ଭିତରେ ସମଦୂରତା ନାହିଁ ସମଝୋତା ଅଛି। ଏ ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚିଲାଣି। ରାଜ୍ୟରେ ଭାଜପାକୁ ୧୫ଟି ଏମ୍‌ପି ସିଟ୍‌ ମିଳିବା କେବଳ ସ୍ବପ୍ନ। ସେ କେବଳ କହୁ କହୁ କହି ଦେଇଛନ୍ତି ବୋଲି ଜୟଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri