Categories: ଜାତୀୟ

୨ ସ୍ତ୍ରୀଙ୍କ ସହ କରଓ୍ବାଚୌଥ ପାଳନ କଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୪।୧୦: ସମଗ୍ର ଦେଶରେ ଗୁରୁବାର କରଓ୍ବାଚୌଥ ପର୍ବ ଧୂମଧାମରେ ପାଳନ କରାଯାଇଥିଲା। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ଦଳର ନେତା ମଧ୍ୟ କରଓ୍ବାଚୌଥ ପାଳନ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରିଥିଲେ। ଏହି କ୍ରମରେ ରାଜସ୍ଥାନର ଉଦୟପୁରରୁ ଭାଜପା ଏମ୍‌ପି ଅର୍ଜୁନଲାଲ ମୀନା ମଧ୍ୟ ଏକ ଫଟୋ ଶେୟାର କରିଥିଲେ। ଏଥିରେ ସେ ତାଙ୍କର ଦୁଇ ସ୍ତ୍ରୀଙ୍କ ସହ କରଓ୍ବାଚୌଥ ପର୍ବ ପାଳନ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ୫୮ ବର୍ଷିୟ ଏମ୍‌ପି ମୀନା ତାଙ୍କର ଦୁଇ ସ୍ତ୍ରୀ ମୀନାକ୍ଷୀ ଏବଂ ରାଜକୁମାରୀଙ୍କ ସହ କରଓ୍ବାଚୌଥ ପର୍ବ ପାଳନ କରିଥିଲେ। ମୀନାକ୍ଷୀ ଏବଂ ରାଜକୁମାରୀ ଉଭୟ ଭଉଣୀ। ବୃତ୍ତି ରାଜକୁମାରୀ ଶିକ୍ଷୟିତ୍ରୀ ହୋଇଥିବାବେଳେ ମୀନାକ୍ଷୀ ଏକ ଗ୍ୟାସ ଏଜେନ୍ସିର ମାଲିକ ଅଟନ୍ତି।

Share