Posted inଜାତୀୟ

ୟୁପିରେ ଭାଜପା ହାତେଇବ ମୁସଲମାନ ଭୋଟ, ମିଶନ ୨୦୨୪ ପାଇଁ ପ୍ଲାନ୍‌-୮ ପ୍ରସ୍ତୁତ…

ଲକ୍ଷ୍ନୌ, ୭।୭ : ହାଇଦ୍ରାବାଦରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ରାଜନୈତିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ସମ୍ପର୍କରେ ସଙ୍କେତ ଦେଇଥିଲେ। ମୁସଲମାନମାନଙ୍କୁ ଦଳ ସହ ଯୋଡିବାର ସୂଚନା ଦେଇ ସେ କହିଥିଲେ ଯେ ଆମକୁ ତୃଷ୍ଟିକରଣ ଉପରେ ନୁହେଁ, ତୃପ୍ତିକରଣ ଉପରେ ଧ୍ୟାନ ଦେବାକୁ ପଡିବ।

ତାଙ୍କ ପରାମର୍ଶ ଅନୁସାରେ ବର୍ତ୍ତମାନ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏଥିପାଇଁ ଭାଜପା ପସମାନ୍ଦା ମୁସଲମାନମାନଙ୍କ ନିକଟରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛି।

ମୁସଲମାନମାନଙ୍କ ମଧ୍ୟରେ ଓବିସି, ଏସସି ଏବଂ ଏସଟି ସମ୍ପ୍ରଦୟର ସମାନ ଭ୍ରାତୃତ୍ୱକୁ ପସମାନ୍ଦା କୁହାଯାଏ। ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ପସମାନ୍ଦା ମୁସଲମାନମାନ ଭୋଟରଙ୍କୁ ହାତେଇବାର ପ୍ରଥମ ପରୀକ୍ଷଣ କରାଯାଇଥିଲା।

ସେହି ସମୟ ମଧ୍ୟରେ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ସୁନୀଲ ବଂଶଲ ମୁସଲମାନ୍‌ ଧୋବା, ବାରିକ, କଂସେଇ ଏବଂ କମାର ଭୋଟରଙ୍କ ନକଟିରେ ପହଞ୍ଚିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ବିଜେପି ୮ ଟି ମୁସଲମାନ ସମ୍ପ୍ରଦାୟଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରାଯିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ସେମାନଙ୍କର ଭୋଟ ହାତେଇ ଭାଜପା ମଧ୍ୟ ମୁସଲମାନଙ୍କ ଭୋଟର ଏକ ବଡ଼ ଅଂଶ ହେବାକୁ ଚାହୁଁଛି।

ଭାଜପା ଯେଉଁ ରଣନୀତି ପ୍ରସ୍ତୁତ କରିଛି, ସେଥିରେ ମଲିକ (ଟେଲି), ମୋମିନ ଅନସାର (ବୁଣାକାର), କୁରେଶ (କଂସେଇ), ମାନସୁରୀ (ଧୁନିଆ), ଇଦ୍ରିସି (ଟେଲର), ସାଇଫି (ଲୁହାର), ସଲମାନି (ବାରବର), ହାୱାରୀ ( ଧୋବା) ଆଦି ମୁସଲମାନ ସମ୍ପ୍ରଦାୟଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି ।

ୟୁପି ବିଧାନସଭା ନିର୍ବାଚନରେ ଦଳର ରଣନୀତି ବିଷୟରେ ଜଣେ ଭାଜପା ନେତା କହିଛନ୍ତି, ପଶ୍ଚିମ ୟୁପି କର୍ମୀଙ୍କୁ ଟାର୍ଗେଟ ପ୍ରଦାନ କରାଯାଇଛି ଯେ ପ୍ରତ୍ୟେକ ବିଧାନସଭାରେ ମୁସଲମାନମାନଙ୍କର ୧୦ ହଜାର ଭୋଟ ଭାଜପା ଖାତାକୁ ଆସିବା ଆବଶ୍ୟକ। ଏଥିପାଇଁ ଦୁଇ ଜଣ ପସମାନନ୍ଦ ମୁସଲମାନ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ପଶ୍ଚିମ ୟୁପିରେ ଭାଜପାର ସଂଖ୍ୟାଲଘୁ ମୋର୍ଚ୍ଚାର ସଭାପତି ଜାଭେଦ ମଲିକ ମଧ୍ୟ ଏହାକୁ ସଠିକ ବୋଲି ବିବେଚନା କରୁଛନ୍ତି।

ବାସ୍ତବରେ ଭାଜପା ଏହି ରଣନୀତି ଆଧାରରେ ବୁଥ ଉପରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତ୍ୟେକ ବୁଥରେ ୨୦ଟି ମୁସଲମାନ ଭୋଟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଦଳର ଜଣେ ନେତା କହିଛନ୍ତି ଯେ ଭାଜପାକୁ ମୁସଲମାନମାନଙ୍କ ୭ ରୁ ୮ ପ୍ରତିଶତ ଭୋଟ ମିଳିଛି ଏବଂ ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମହିଳା ଅଛନ୍ତି।

ଅଲ ଇଣ୍ଡିଆ ପସମାନନ୍ଦ ମଞ୍ଚର ମୁଖ୍ୟ ଜାଭେଦ ମଲିକ କହିଛନ୍ତି ଯେ ଧାମପୁର, ମୋରାଦାବାଦ, ବିଜନୋର, ବଡୌତ ଏବଂ ବିଲାସପୁର ଭଳି ଆସନରେ ଭାଜପାକୁ ସହାୟତା ମିଳିଛି, ଯେଉଁଠାରେ ବିଜୟର ବ୍ୟବଧାନ ମାତ୍ର ୨୦୦ ରୁ ୭୦୦ ଭୋଟ ଥିଲା। ବର୍ତ୍ତମାନ ୨୦୨୪ ପାଇଁ ଏହି ରଣନୀତିକୁ ଅଗ୍ରାଧିକାର ଦେବା ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri