Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ: ବସିବ ସଂସଦୀୟ ବୋର୍ଡ ବୈଠକ, ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ,୨୧।୬ : ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି। ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ମଙ୍ଗଳବାର ଭାଜପା ମୁଖ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକ ବସିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ।
ଏହା ପୂର୍ବରୁ ଭାଜପା ଏକ ୧୪ ଦଳ ଗଠନ କରିଛି। ଏହି ଦଳର କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମେତ ଭାଜପା ମହାସଚିବ ଏବଂ ଅନ୍ୟ ମନ୍ତ୍ରୀମାନେ ସାମିଲ ଅଛନ୍ତି। ରବିବାର ମଧ୍ୟ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ଟିମ ସହ ରାଷ୍ଟ୍ରପତି ନିର୍ବାଚନ ରଣନୀତି ଉପରେ ଚର୍ଚ୍ଚା କରିଥିଲେ।

Share