ନିର୍ବାଚନରେ ଖାତା ଖୋଲିବାକୁ ଭାଜପାର କସରତ

ସରଣ୍ଡା,୨୫ା୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ରାଜନୈତିକ ତତ୍ପରତା ଦେଖିବାକୁ ମିଳୁଛି। ସହର ସାରା ଖେଳି ଗଲାଣି ଦଳୀୟ ପତାକା ଓ ପୋଷ୍ଟର। ବିଜେଡି ଓ କଂଗ୍ରେସ ଜୋର୍‌ଦାର୍‌ ପ୍ରଚାର ଜମାଇଥିବା ବେଳେ ଶନିବାର ଭାଜପା ଡୋର ଟୁ ଡୋର ପ୍ରଚାରକୁ ଗୁରୁତ୍ୱ ଦେଇଛି। ବିଗତ ଦୁଇ ଏନ୍‌ଏସି ନିର୍ବାଚନରେ ନୈରାଶ୍ୟଜନକ ସ୍ଥିତି ପରେ ଚଳିତ ଥର ଖାତା ଖୋଲିବାକୁ ଭାଜପା କସରତ ଆରମ୍ଭ କରିଦେଇଛି। ଭାଜପା ନଗରପାଳ ପ୍ରାର୍ଥିନୀ ଲକ୍ଷ୍ମୀ ବେହେରା ଓ ୪ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥିନୀ ପଦ୍ମା ବାଗ୍‌ ଘର ଘର ବୁଲୁଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିକାଶ ଚାହୁଁଥିବା ବେଳେ ବିଗତ ୧୦ ବର୍ଷ ଏନ୍‌ଏସି ଶାସନରେ ଉଭୟ କଂଗ୍ରେସ ଓ ବିଜେଡି ସ୍ଥାନୀୟ ଅଞ୍ଚଳବାସୀଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ କିଭଳି ବିଫଳ ହୋଇଛି ତାକୁ ଲୋକଙ୍କୁ ବୁଝାଉଛନ୍ତି l ନିଜ ସପକ୍ଷରେ ଭୋଟରଙ୍କୁ ନେବା ପାଇଁ ଆପ୍ରାଣ ଚେଷ୍ଟା ଲଗାଇଛି ଭାଜପା। ତେବେ ବିଗତ ୧୦ବର୍ଷ ଏନ୍‌ଏସି ଶାସନରେ ଖାତା ଖୋଲି ପାରି ନ ଥିବା ଭାଜପା କିଭଳି ନିଜ ସପକ୍ଷରେ ମତଦାତାଙ୍କୁ ନେଇ ସ୍ଥିତି ସଜାଡୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri