Categories: ଜାତୀୟ

ପଞ୍ଜାବରେ ଭାଜପା କରିବ ନାହିଁ ମେଣ୍ଟ

ଚଣ୍ଡିଗଡ଼,୨୬।୩: ପଞ୍ଜାବରେ ଭାଜପା ଏବଂ ଅକାଳୀ ଦଳ (ଏସଏଡି) ମଧ୍ୟରେ ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଭାଜପା ଘୋଷଣା କରିଛି ଯେ ଦଳ ଏକାକି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପଞ୍ଜାବ ଭାଜପା ସଭାପତି ସୁନୀଲ ଜାଖର ନିଜେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏକାକି ପଞ୍ଜାବର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।

ଲୋକଙ୍କ ମତାମତ, ଦଳୀୟ କର୍ମୀଙ୍କ ମତ, ନେତାଙ୍କ ମତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ପଞ୍ଜାବର ସମସ୍ତ କୃଷକ, ପଞ୍ଜାବର ବ୍ୟବସାୟୀ, ସହଯୋଗୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏଠାକାର ଶ୍ରମିକ, ପଞ୍ଜାବର ପଛୁଆ ଶ୍ରେଣୀ ଆଦିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା କରିଥିବା କାର୍ଯ୍ୟ କାହାଠାରୁ ଲୁଚି ନାହିଁ।

Share