ଭୁବନେଶ୍ୱର, ୧୦।୮(ସୁନିତ୍ ମିଶ୍ର): ଜଣେ କୁଡୁମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନାକରି ସମଗ୍ର କୁଡୁମୀ ସମାଜ, ମୟୂରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି ା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ସଂତୃପ୍ତ ମିଶ୍ରଙ୍କ ବକ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି। ସୁରଥ ଅଭିଯୋଗ କରିଛନ୍ତି, ମୁଖିଆଙ୍କ ଜିଲାର ଡାଳ, ପତ୍ର ସବୁ ଯାଇଥିବାବେଳେ କେବଳ ଥୁଣ୍ଟା ଗଛଟିଏ ବିଷୟରେ ସଂତୃପ୍ତ ମିଶ୍ର କ’ଣ କହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନବାବୁ ‘ସଂତୃପ୍ତ ମିଶ୍ର’ ନାମରେ ଯେଉଁ ମଞ୍ଜି କଟକରେ ଲଗାଇଥିଲେ ତାହା ତ ମୂଳରୁ ଗଜା ହେଲା ନାହିଁ, ଗଛ ଓ ଡାଳ ଆସିବ କେଉଁଠୁ। ଆମ ଦେଶ ଓ ରାଜ୍ୟକୁ ବାଂଲାଦେଶ ସହ ତୁଳନାକରି ନୂଆ ନେତା ସାଜିଥିବା ସଂତୃପ୍ତ ମିଶ୍ର ନିଜର ଅପରିପକ୍ୱତାର ପରିଚୟ ଦେଇଛନ୍ତି। ଜନନେତା, ପ୍ରତିଷ୍ଠାତା ସଦସ୍ୟ ଯେଉଁଠି ଅଲୋଡ଼ା ସେଇଠି ନୂଆ ନେତାଗିରି କରୁଥିବା ଏକ କମ୍ପାନୀର ପୂର୍ବତନ ଅଧିକାରୀ ଦଳର ଗଣତନ୍ତ୍ର କଥା କହୁଛନ୍ତି। ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କ ଛବି ଗାଏବ କରି ଗୁମାସ୍ତାର ଛବି ଯୋଡ଼ିଥିବା ବିଜେଡିର ନେତାମାନେ ‘ବରପୁତ୍ରଙ୍କ ସମ୍ମାନ’ କଥା କହିବା ହାସ୍ୟାସ୍ପଦ। ବାସ୍ତବରେ ବିଜେଡି ଶାସନରେ ବିଜୁବାବୁଙ୍କୁ ସବୁଠୁ ଅଧିକ ଅପମାନ କରିଛି। ଜଣେ ପ୍ରଶାସକରୁ ନେତା ହୋଇ ରାଜ୍ୟ ସାରା କୋଟି କୋଟି ଟଙ୍କା ଅପବ୍ୟୟକରି ହେଲିକପ୍ଟରରେ ବୁଲି ନେତାଙ୍କୁ ତଳେ ଠିଆକରି ଟ୍ରାଫିକ୍ ପୋଲିସ ଦାୟିତ୍ୱ ଦେଲେ ଏହା କିଭଳି ସମ୍ମାନ। ଦଳକୁ ପୁନରୁଦ୍ଧାର କରନ୍ତୁ ମନା ନାହିଁ, ପ୍ରଭାବଶାଳୀ କ୍ଷମତା କେନ୍ଦ୍ର ବିଷୟରେ କ’ଣ କହୁଛନ୍ତି, ତାହା ଜାଣିରଖିବା ଉଚିତ ବୋଲି ସୁରଥ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱ ଜନଜାତି ଦିବସ ପାଳନ ଅବସରରେ ଯୋଗଦେଇ ବିଜେଡିରୁ କଟକ ଲୋକ ସଭା ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ର ପରୋକ୍ଷରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତଙ୍କୁ ଟାର୍ଗେଟ କରିଥିଲେ ବୋଲି ଭାଜପା ଅଭିଯୋଗ ମଧ୍ୟ କରିଛି।
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…
ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର
ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…
କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ
ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…
ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା
ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…
ଆଇସିସି ପ୍ଲେୟର ଅଫ୍ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି
ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍ସନ ଏବଂ ପେସ୍ ବୋଲର…
ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ
ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…
ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?
ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…
ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍ କରି…
ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…
Archives

