Posted inଜାତୀୟ

After 27: ୨୭ ବର୍ଷ ପରେ ଭାଜପା ଦଖଲରେ ଦିଲ୍ଲୀ

ନୂଆଦିଲ୍ଲୀ,୯।୨(ପି.ଟି.): ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ଦଖଲ କରିଛି। ୧୨ ବର୍ଷ ପରେ ଦିଲ୍ଲୀ ଜନସାଧାରଣ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ଭାଜପା ୪୮ ଆସନରେ ବିଜୟୀ ହୋଇଥିବାବେଳେ ଶାସକ ଦଳ ଆପ୍‌ ୨୨ ଆସନରେ ସୀମିତ ରହିଯାଇଛି। ସର୍ବପୁରାତନ ଦଳ କଂଗ୍ରେସ ନିର୍ବାଚନରେ ଖାତା ଖୋଲି ନ ପାରି ତୃତୀୟ ଥର ପାଇଁ ବିପର୍ଯ୍ୟୟର ସାମ୍‌ନା କରିଛି। ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି। କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରେ କେଜ୍‌ରିଓ୍ବାଲ୍‌ଙ୍କୁ ପରାଜିତ କରିଥିବା ଭାଜପାର ପର୍‌ଭେଶ ବର୍ମାଙ୍କ ନାଁ ଏହି ପଦ ପାଇଁ ସର୍ବାଧିକ ଚର୍ଚ୍ଚା ହେଉଛି। ତେବେ ଦଳର କେନ୍ଦ୍ରୀୟ ନେତୃତ୍ୱ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପର୍‌ଭେଶ କହିଛନ୍ତି।

୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଆପ୍‌ ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ପର୍‌ଭେଶଙ୍କଠାରୁ ୪,୦୮୯ ଭୋଟରେ ହାରିଯାଇଛନ୍ତି। ଏହି ହାଇପ୍ରୋଫାଇଲ ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷୀତଙ୍କ ପୁଅ ସନ୍ଦୀପ ଦୀକ୍ଷୀତ ମାତ୍ର ୫,୬୭୮ ଭୋଟ ପାଇଛନ୍ତି। ସେହିପରି ଜଙ୍ଗପୁରା ଆସନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପା ପ୍ରାର୍ଥୀ ତରଭିନ୍ଦର ସିଂ ମାରଓ୍ବାଙ୍କଠାରୁ ୬୭୫ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଗ୍ରେଟର କୈଳାସ ଆସନରେ ଭାଜପା ପ୍ରାର୍ଥୀ ଶିଖା ରାୟଙ୍କଠାରୁ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲ ଗିରଫ ହେବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ଆତିଶୀ କାଲ୍‌କାଜି ଆସନରେ ବିଜୟୀ ହୋଇଛନ୍ତି। ସେଠାରେ ଭାଜପାର ରମେଶ ବିଧୁରୀ ପରାଜିତ ହୋଇଛନ୍ତି। ଆପ୍‌ର ବହୁ ବରିଷ୍ଠ ନେତା ପରାଜିତ ହୋଇଥିବାବେଳେ ୩ ମନ୍ତ୍ରୀ ଗୋପାଳ ରାୟ, ମୁକେଶ ଅହଲାଓ୍ବତ୍‌ ଏବଂ ଇମ୍ରାନ୍‌ ହୁସେନ୍‌ ବିଜୟୀ ହୋଇ ଦଳର ସମ୍ମାନ ରକ୍ଷା କରିଛନ୍ତି।
ଭାଜପା ବଡ଼ ବିଜୟ ହାସଲ କରିବାକୁ ଯାଉଥିବାବେଳେ ଲୋକଙ୍କ କ୍ଷମତା ସର୍ବୋପରି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ବିକାଶ ଏବଂ ସୁଶାସନର ବିଜୟକୁ ସେମାନେ ସୁନିଶ୍ଚିତ କରିଛନ୍ତି। ଦିଲ୍ଲୀର ପୂର୍ଣ୍ଣ ବିକାଶ ଏବଂ ଦିଲ୍ଲୀବାସୀଙ୍କ ଜୀବନ ଧାରଣ ମାନର ଉନ୍ନତ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ, ତାହା ଆମେ ଗ୍ୟାରେଣ୍ଟି ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ ଏକ ଭିଡିଓ ବାର୍ତ୍ତା ଜରିଆରେ ଜନାଦେଶକୁ ଗ୍ରହଣ କରିନେଇଛନ୍ତି। ତାଙ୍କ ଦଳ ଗଠନମୂଳକ ବିରୋଧୀ ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।

ଗତ ୫ ତାରିଖରେ ଅନିଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ୬୦.୫୪ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥର ନିର୍ବାଚନରେ ହାଇ ଭୋଲ୍‌ଟେଜ୍‌ ପ୍ରଚାର ହୋଇଥିଲା। ଆପ୍‌ ପୁନର୍ବାର କ୍ଷମତା ବଜାୟ ରଖିବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ ଭାଜପା କ୍ଷମତାକୁ ଫେରିବା ଲକ୍ଷ୍ୟରେ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲା। କେଜ୍‌ରିଓ୍ବାଲ୍‌ଙ୍କ ଦାମୀ ବଙ୍ଗଳା ‘ଶୀଷ ମହଲ’ ଏବଂ ଆପ୍‌ ସରକାରଙ୍କ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ଭାଜପା ଜନମତ ବଦଳାଇବାରେ ସମର୍ଥ ହୋଇପାରିଛି। ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲ, ସିସୋଡିଆଙ୍କ ସମେତ ବରିଷ୍ଠ ଆପ୍‌ ନେତାମାନେ ଗିରଫ ହେବା ପରେ ଏହି ଦଳର ସ୍ବଚ୍ଛ ଭାବମୂର୍ତ୍ତି ମଳିନ ପଡ଼ିଥିଲା। ଦିଲ୍ଲୀର ବିକାଶମୂଳକ କାର୍ଯ୍ୟରେ ଉପରାଜ୍ୟପାଳ ଭି.କେ. ସାକ୍ସେନା ପ୍ରତିବନ୍ଧକ ସାଜିଥିବା ଆପ୍‌ ଅଭିଯୋଗ କରିଥିଲେ ମଧ୍ୟ ଜନମତକୁ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହୋଇପାରି ନ ଥିଲା। ନିର୍ବାଚନରେ ଭାଜପା ବିଜୟୀ ହେବ ବୋଲି ଅଧିକାଂଶ ଗଣମାଧ୍ୟମ ବୁଥ୍‌ ଫେରନ୍ତା ଜନମତ ସର୍ଭେରେ କହିଥିଲେ, ଯାହା ସତ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ପରାଜୟ ପରେ ଆପ୍‌ ଅସ୍ଥିତ୍ୱଗତ ସଙ୍କଟର ସାମ୍‌ନା କରିବାକୁ ଯାଉଥିବା କୁହାଯାଉଛି। ଏହି ଦଳ ଜାତୀୟ ସ୍ତରରେ କ୍ଷମତା ଦଖଲ କରିବା ଲକ୍ଷ୍ୟ ରଖିଥିବାବେଳେ ଏବେ କେବଳ ପଞ୍ଜାବରେ ସୀମିତ ରହିଛି।

ଗତ ଲୋକ ସଭା ନିର୍ବାଚନରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ ଭଲ ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନଗୁଡ଼ିକରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ପରସ୍ପର ବିରୋଧୀ ମହତ୍ତ୍ୱକାଂକ୍ଷା ଯୋଗୁ ପରିଣାମ ଖରାପ ହୋଇଚାଲିଛି, ଯେଉଁ କାରଣରୁ ଜାତୀୟ ରାଜନୀତିରେ ଭାଜପା ପୁଣିଥରେ ନିଜକୁ ଚାଳକ ଆସନରେ ରଖିପାରିଛି। ଦିଲ୍ଲୀରେ ଆପ୍‌ ସରକାରର ପରାଜୟ ପରେ ଦେଶରେ ଇଣ୍ଡିଆ ବ୍ଲକ୍‌ ସରକାର ସଂଖ୍ୟା ୮କୁ ହ୍ରାସ ପାଇଛି। ଏବେ କର୍ନାଟକ, ଜମ୍ମୁ-କଶ୍ମୀର, ତେଲଙ୍ଗାନା, ତାମିଲନାଡୁ, କେରଳ, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଇଣ୍ଡିଆ ବ୍ଲକ୍‌ କ୍ଷମତାରେ ରହିଛି। ପ୍ରକାଶ ଯେ, ୧୯୯୮ରେ ଭାଜପା ନେତ୍ରୀ ସୁଷମା ସ୍ବରାଜ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମାତ୍ର ୫୨ ଦିନ ରହିଥିଲା। ଏହା ପରେ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷୀତ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri