Posted inଜାତୀୟ

After 27: ୨୭ ବର୍ଷ ପରେ ଭାଜପା ଦଖଲରେ ଦିଲ୍ଲୀ

ନୂଆଦିଲ୍ଲୀ,୯।୨(ପି.ଟି.): ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦିଲ୍ଲୀ ଦଖଲ କରିଛି। ୧୨ ବର୍ଷ ପରେ ଦିଲ୍ଲୀ ଜନସାଧାରଣ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ଭାଜପା ୪୮ ଆସନରେ ବିଜୟୀ ହୋଇଥିବାବେଳେ ଶାସକ ଦଳ ଆପ୍‌ ୨୨ ଆସନରେ ସୀମିତ ରହିଯାଇଛି। ସର୍ବପୁରାତନ ଦଳ କଂଗ୍ରେସ ନିର୍ବାଚନରେ ଖାତା ଖୋଲି ନ ପାରି ତୃତୀୟ ଥର ପାଇଁ ବିପର୍ଯ୍ୟୟର ସାମ୍‌ନା କରିଛି। ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ୨୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଦିଲ୍ଲୀରେ ସରକାର ଗଢ଼ିବାକୁ ଯାଉଛି। କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରେ କେଜ୍‌ରିଓ୍ବାଲ୍‌ଙ୍କୁ ପରାଜିତ କରିଥିବା ଭାଜପାର ପର୍‌ଭେଶ ବର୍ମାଙ୍କ ନାଁ ଏହି ପଦ ପାଇଁ ସର୍ବାଧିକ ଚର୍ଚ୍ଚା ହେଉଛି। ତେବେ ଦଳର କେନ୍ଦ୍ରୀୟ ନେତୃତ୍ୱ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପର୍‌ଭେଶ କହିଛନ୍ତି।

୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଆପ୍‌ ଜାତୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ପର୍‌ଭେଶଙ୍କଠାରୁ ୪,୦୮୯ ଭୋଟରେ ହାରିଯାଇଛନ୍ତି। ଏହି ହାଇପ୍ରୋଫାଇଲ ଆସନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷୀତଙ୍କ ପୁଅ ସନ୍ଦୀପ ଦୀକ୍ଷୀତ ମାତ୍ର ୫,୬୭୮ ଭୋଟ ପାଇଛନ୍ତି। ସେହିପରି ଜଙ୍ଗପୁରା ଆସନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପା ପ୍ରାର୍ଥୀ ତରଭିନ୍ଦର ସିଂ ମାରଓ୍ବାଙ୍କଠାରୁ ୬୭୫ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଗ୍ରେଟର କୈଳାସ ଆସନରେ ଭାଜପା ପ୍ରାର୍ଥୀ ଶିଖା ରାୟଙ୍କଠାରୁ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲ ଗିରଫ ହେବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ଆତିଶୀ କାଲ୍‌କାଜି ଆସନରେ ବିଜୟୀ ହୋଇଛନ୍ତି। ସେଠାରେ ଭାଜପାର ରମେଶ ବିଧୁରୀ ପରାଜିତ ହୋଇଛନ୍ତି। ଆପ୍‌ର ବହୁ ବରିଷ୍ଠ ନେତା ପରାଜିତ ହୋଇଥିବାବେଳେ ୩ ମନ୍ତ୍ରୀ ଗୋପାଳ ରାୟ, ମୁକେଶ ଅହଲାଓ୍ବତ୍‌ ଏବଂ ଇମ୍ରାନ୍‌ ହୁସେନ୍‌ ବିଜୟୀ ହୋଇ ଦଳର ସମ୍ମାନ ରକ୍ଷା କରିଛନ୍ତି।
ଭାଜପା ବଡ଼ ବିଜୟ ହାସଲ କରିବାକୁ ଯାଉଥିବାବେଳେ ଲୋକଙ୍କ କ୍ଷମତା ସର୍ବୋପରି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ବିକାଶ ଏବଂ ସୁଶାସନର ବିଜୟକୁ ସେମାନେ ସୁନିଶ୍ଚିତ କରିଛନ୍ତି। ଦିଲ୍ଲୀର ପୂର୍ଣ୍ଣ ବିକାଶ ଏବଂ ଦିଲ୍ଲୀବାସୀଙ୍କ ଜୀବନ ଧାରଣ ମାନର ଉନ୍ନତ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ, ତାହା ଆମେ ଗ୍ୟାରେଣ୍ଟି ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ୍‌ ଏକ ଭିଡିଓ ବାର୍ତ୍ତା ଜରିଆରେ ଜନାଦେଶକୁ ଗ୍ରହଣ କରିନେଇଛନ୍ତି। ତାଙ୍କ ଦଳ ଗଠନମୂଳକ ବିରୋଧୀ ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେବ ବୋଲି ସେ କହିଛନ୍ତି।

ଗତ ୫ ତାରିଖରେ ଅନିଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ୬୦.୫୪ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥର ନିର୍ବାଚନରେ ହାଇ ଭୋଲ୍‌ଟେଜ୍‌ ପ୍ରଚାର ହୋଇଥିଲା। ଆପ୍‌ ପୁନର୍ବାର କ୍ଷମତା ବଜାୟ ରଖିବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିବାବେଳେ ଭାଜପା କ୍ଷମତାକୁ ଫେରିବା ଲକ୍ଷ୍ୟରେ କୌଣସି ସୁଯୋଗ ହାତଛଡ଼ା କରି ନ ଥିଲା। କେଜ୍‌ରିଓ୍ବାଲ୍‌ଙ୍କ ଦାମୀ ବଙ୍ଗଳା ‘ଶୀଷ ମହଲ’ ଏବଂ ଆପ୍‌ ସରକାରଙ୍କ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି ଭାଜପା ଜନମତ ବଦଳାଇବାରେ ସମର୍ଥ ହୋଇପାରିଛି। ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲ, ସିସୋଡିଆଙ୍କ ସମେତ ବରିଷ୍ଠ ଆପ୍‌ ନେତାମାନେ ଗିରଫ ହେବା ପରେ ଏହି ଦଳର ସ୍ବଚ୍ଛ ଭାବମୂର୍ତ୍ତି ମଳିନ ପଡ଼ିଥିଲା। ଦିଲ୍ଲୀର ବିକାଶମୂଳକ କାର୍ଯ୍ୟରେ ଉପରାଜ୍ୟପାଳ ଭି.କେ. ସାକ୍ସେନା ପ୍ରତିବନ୍ଧକ ସାଜିଥିବା ଆପ୍‌ ଅଭିଯୋଗ କରିଥିଲେ ମଧ୍ୟ ଜନମତକୁ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହୋଇପାରି ନ ଥିଲା। ନିର୍ବାଚନରେ ଭାଜପା ବିଜୟୀ ହେବ ବୋଲି ଅଧିକାଂଶ ଗଣମାଧ୍ୟମ ବୁଥ୍‌ ଫେରନ୍ତା ଜନମତ ସର୍ଭେରେ କହିଥିଲେ, ଯାହା ସତ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ପରାଜୟ ପରେ ଆପ୍‌ ଅସ୍ଥିତ୍ୱଗତ ସଙ୍କଟର ସାମ୍‌ନା କରିବାକୁ ଯାଉଥିବା କୁହାଯାଉଛି। ଏହି ଦଳ ଜାତୀୟ ସ୍ତରରେ କ୍ଷମତା ଦଖଲ କରିବା ଲକ୍ଷ୍ୟ ରଖିଥିବାବେଳେ ଏବେ କେବଳ ପଞ୍ଜାବରେ ସୀମିତ ରହିଛି।

ଗତ ଲୋକ ସଭା ନିର୍ବାଚନରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ ଭଲ ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନଗୁଡ଼ିକରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ପରସ୍ପର ବିରୋଧୀ ମହତ୍ତ୍ୱକାଂକ୍ଷା ଯୋଗୁ ପରିଣାମ ଖରାପ ହୋଇଚାଲିଛି, ଯେଉଁ କାରଣରୁ ଜାତୀୟ ରାଜନୀତିରେ ଭାଜପା ପୁଣିଥରେ ନିଜକୁ ଚାଳକ ଆସନରେ ରଖିପାରିଛି। ଦିଲ୍ଲୀରେ ଆପ୍‌ ସରକାରର ପରାଜୟ ପରେ ଦେଶରେ ଇଣ୍ଡିଆ ବ୍ଲକ୍‌ ସରକାର ସଂଖ୍ୟା ୮କୁ ହ୍ରାସ ପାଇଛି। ଏବେ କର୍ନାଟକ, ଜମ୍ମୁ-କଶ୍ମୀର, ତେଲଙ୍ଗାନା, ତାମିଲନାଡୁ, କେରଳ, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଇଣ୍ଡିଆ ବ୍ଲକ୍‌ କ୍ଷମତାରେ ରହିଛି। ପ୍ରକାଶ ଯେ, ୧୯୯୮ରେ ଭାଜପା ନେତ୍ରୀ ସୁଷମା ସ୍ବରାଜ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମାତ୍ର ୫୨ ଦିନ ରହିଥିଲା। ଏହା ପରେ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷୀତ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?