ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ବେଢ଼ା ସଫା କଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି,୨୧ା୧(କିଷାନ ପାତ୍ର): ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ସଫେଇ କରାଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆରଡ଼ି ଆଖଣ୍ଡଳମଣି ପୀଠରେ ମନ୍ଦିର ବେଢ଼ା ସଫେଇ କରିଛନ୍ତି। ତାଙ୍କ ସହ ଭାଜପା କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ। ଯୁବନେତା ସନ୍ଦୀପ କୁମାର ନାୟକ, ଜୀବନାନନ୍ଦ ପାଢ଼ୀ, ଦେବଦତ୍ତ ପାଢ଼ୀ, ସ୍ବଦେଶ ପଣ୍ଡା, ଲଲାଟ କିଶୋର ପାଢ଼ୀ, ମାନସ ପାଢ଼ୀ, ସୁରେଶ ମହାଳିକ, ମନୋରଞ୍ଜନ ବାରିକ ପ୍ରମୁଖ ସାମିଲ ଥିଲେ।