Posted inରାଜ୍ୟ

ନିର୍ବାଚନ ପୂର୍ବରୁ କୋର୍‌ କମିଟି ଘୋଷଣା କଲା ଭାଜପା, ଅପରାଜିତାଙ୍କୁ ମିଳିଲାନି ସ୍ଥାନ

ଭୁବନେଶ୍ୱର,୧୪ା୨: ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉସ୍ମତା ବୃଦ୍ଧି ପାଇଛି। ଏହି କ୍ରମରେ ରାଜ୍ୟ ଭାଜପା ଏହାର କୋର୍‌ କମିଟି ଏବଂ ନିର୍ବାଚନ କମିଟି ଘୋଷଣା କରିଛି। ଏଥିସହ ଶୃଙ୍ଖଳା କମିଟି, ଅର୍ଥ କମିଟି ଘୋଷଣା ହୋଇଛି। କୋର୍‌ କମିଟିରେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ରଙ୍କ ସହ ୧୮ ସଦସ୍ୟ ସ୍ଥାନ ପାଇଥିଲା ବେଳେ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ ଏଥର ମଧ୍ୟ ବାଦ୍ ପଡ଼ିଛନ୍ତି।

କୋର୍‌ କମିଟିରେ ୧୫ ସଦସ୍ୟ, ୩ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଧାନସଭା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂଦେଓ, ସମୀର ମହାନ୍ତି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ମାନସ ମହାନ୍ତି ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ସୁନୀଲ ବଂଶଲ, ବିଜୟପାଲ୍‌ ସିଂ ତୋମାର, ଲତା ଉସେଣ୍ଡି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି।

ସେହିପରି ନିର୍ବାଚନ କମିଟିରେ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ସମେତ ୧୫ ସଦସ୍ୟ ରହିଛନ୍ତି। ଏଥିରେ ରାଜ୍ୟ ସଭାପତି ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ବୈଷ୍ଣବ, ଜୟନାରାୟଣ, ଜୁଏଲ, ବିଶ୍ୱେଶ୍ୱର, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି, ସମୀର, ସୁରମା, ସମ୍ବିତ ପାତ୍ର, ମାନସ ମହାନ୍ତି, ଐଶ୍ୱର୍ଯ୍ୟା ବିଶ୍ୱାଳ ନିର୍ବାଚନ କମିଟିରେ ଏକ୍ସ ଅଫିସିଓ ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସୁନୀଲ ବଂଶଲ, ବିଜୟପାଲ୍‌ ସିଂ ତୋମାର, ଲତା ଉସେଣ୍ଡି।

ସେହିଭଳି ଅର୍ଥ କମିଟିରେ ବୈଜୟନ୍ତ, ଧର୍ମେନ୍ଦ୍ର, ବୈଷ୍ଣବ, ବିଶ୍ୱେଶ୍ୱର, ପୂର୍ଣ୍ଣ ମହାପାତ୍ର, ସୁଦର୍ଶନ ଗୋଏଲ, ଦିବାକର ହରିଚନ୍ଦନ, ବିନୋଦ ଦାଶ, ମୁରଲୀ ଶର୍ମା ଏବଂ ଡି. ମୁରଲୀ କ୍ରୀଷ୍ଣାଙ୍କ ସମେତ ମୋଟ ୧୦ ସଦସ୍ୟ ରହିଥିଲା ବେଳେ ଶୃଙ୍ଖଳା କମିଟିରେ ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀ, ନମିତାରାଣୀ ସାହୁ, ସୁଦୀପ୍ତ ରାୟ, ସୁଦର୍ଶନ ନାୟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

୩ୟ ବିଶ୍ୱଯୁଦ୍ଧ: ଯୁଦ୍ଧକୁ ଡେଇଁଲା ଚାଇନା! ବିଶ୍ୱରେ ଚହଳ…

ବେଜିଂ,୧୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଏକ ସାମ୍ପ୍ରତିକ ଆମେରିକାର ରିପୋର୍ଟ ଏକ ବଡ଼ ଖୁଲାସା କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ଇରାନକୁ ସାମରିକ ଏବଂ ବୈଷୟିକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri