Posted inଜାତୀୟ

ମନମୋହନଙ୍କୁ ଭାଜପା ନୁହେଁ ବରଂ କଂଗ୍ରେସ ହିଁ ଅଧିକ ଅପମାନିତ କରିଛି: ସମ୍ବିତ ପାତ୍ର

ଭୁବନେଶ୍ୱର,୨୮।୧୨: ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ନାଁରେ ସ୍ମାରକୀ ଦାବି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ସ୍ମାରକୀ ପ୍ରତିଷ୍ଠା ଲାଗି ଗୋଟିଏ ପ୍ରୋସିଜିୟର ଅଛି। ଏଥିଲାଗି ଶେଷକୃତ୍ୟକୁ ବିଳମ୍ବ କରାଯାଇପାରି ନ ଥାନ୍ତା। ଶୋକାକୂଳ ପରିବେଶରେ କଂଗ୍ରେସ ରାଜନୀତି କରିବା ଅନୁଚିତ। ଯଦି କେହି ତାଙ୍କୁ ବେଶୀ ଅପମାନିତ କରିଥାଏ ସେହି ଦଳ ହେଲା କଂଗ୍ରେସ। ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ କଂଗ୍ରେସ ହିଁ ଅପମାନିତ କରିଛି। ମନମୋହନଙ୍କ କ୍ୟାବିନେଟ ପାରିତ ପ୍ରସ୍ତାବକୁ ତାଙ୍କ ନେତା ଚିରିଛନ୍ତି ବୋଲି ସମ୍ବିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

କଂଗ୍ରେସ ଯେଉଁଭଳି ଭ୍ରମାତ୍ମକ ରାଜନୀତି କରୁଛି। ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ମନମୋହନଙ୍କ ପ୍ରତି ଅପମାନ କରାଯାଇଥିବା ରାହୁଲ ଗାନ୍ଧୀ କହିଛନ୍ତି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବେଠକରେ ଶୋକବାର୍ତ୍ତା ପାରିତ ହୋଇଥିଲା। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଥିବା ବେଳେ ଦେଶ ପାଇଁ ପ୍ରମୁଖ ଯୋଗଦାନ ଦେଇ ଥିବାରୁ ବୈଠକ ପରେ ଏକ ଚିଠି ମନମୋହନଙ୍କ ପରିବାର ସହ କଂଗ୍ରେସ ପାର୍ଟି ଦିଆଯାଇଥିଲା। ଏଥିରେ ସରକାର ସ୍ମାରକୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ସ୍ମାରକୀ ପ୍ରତିଷ୍ଠା ଲାଗି ଗୋଟିଏ ପ୍ରୋସିଜିୟର ଅଛି। ଏଥିଲାଗି ଶେଷକୃତ୍ୟକୁ ବିଳମ୍ବ କରାଯାଇପାରି ନ ଥାନ୍ତା। ଶୋକାକୂଳ ପରିବେଶରେ କଂଗ୍ରେସ ଯେଉଁଭଳି ରାଜନୀତି କରୁଛି ତାହା ଅନୁଚିତ। ଯଦି କେହି ତାଙ୍କୁ ବେଶୀ ଅପମାନିତ କରିଥାଏ ସେହି ଦଳ ହେଲା କଂଗ୍ରେସ। ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ କଂଗ୍ରେସ ହିଁ ଅପମାନିତ କରିଛି। ମନମୋହନଙ୍କ କ୍ୟାବିନେଟ ପାରିତ ପ୍ରସ୍ତାବକୁ ତାଙ୍କ ନେତା ଯେଉଁ ଅହଙ୍କାର ସହ ଚିରିଥିଲେ ତାହା ସମସ୍ତେ ଜାଣନ୍ତି। ଅନେକ ଥର ଗଣମାଧ୍ୟମରେ ସେନେଇ ଚର୍ଚ୍ଚା ହୋଇଛି। ଅପମାନିତ ହେବା ଯୋଗୁ ମନମୋହନ ପଦରୁ ଇସ୍ତଫା ଦେବାକୁ ଚିନ୍ତା କରିଥିଲେ ବୋଲି ସମ୍ବିତ  ମନେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri