Posted inଜାତୀୟ

ମନମୋହନଙ୍କୁ ଭାଜପା ନୁହେଁ ବରଂ କଂଗ୍ରେସ ହିଁ ଅଧିକ ଅପମାନିତ କରିଛି: ସମ୍ବିତ ପାତ୍ର

ଭୁବନେଶ୍ୱର,୨୮।୧୨: ସ୍ବର୍ଗତ ପ୍ରଧାନମନ୍ତ୍ରୀ ଡା.ମନମୋହନ ସିଂଙ୍କ ନାଁରେ ସ୍ମାରକୀ ଦାବି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ସ୍ମାରକୀ ପ୍ରତିଷ୍ଠା ଲାଗି ଗୋଟିଏ ପ୍ରୋସିଜିୟର ଅଛି। ଏଥିଲାଗି ଶେଷକୃତ୍ୟକୁ ବିଳମ୍ବ କରାଯାଇପାରି ନ ଥାନ୍ତା। ଶୋକାକୂଳ ପରିବେଶରେ କଂଗ୍ରେସ ରାଜନୀତି କରିବା ଅନୁଚିତ। ଯଦି କେହି ତାଙ୍କୁ ବେଶୀ ଅପମାନିତ କରିଥାଏ ସେହି ଦଳ ହେଲା କଂଗ୍ରେସ। ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ କଂଗ୍ରେସ ହିଁ ଅପମାନିତ କରିଛି। ମନମୋହନଙ୍କ କ୍ୟାବିନେଟ ପାରିତ ପ୍ରସ୍ତାବକୁ ତାଙ୍କ ନେତା ଚିରିଛନ୍ତି ବୋଲି ସମ୍ବିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

କଂଗ୍ରେସ ଯେଉଁଭଳି ଭ୍ରମାତ୍ମକ ରାଜନୀତି କରୁଛି। ନିଗମବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇ ମନମୋହନଙ୍କ ପ୍ରତି ଅପମାନ କରାଯାଇଥିବା ରାହୁଲ ଗାନ୍ଧୀ କହିଛନ୍ତି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ ବେଠକରେ ଶୋକବାର୍ତ୍ତା ପାରିତ ହୋଇଥିଲା। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଥିବା ବେଳେ ଦେଶ ପାଇଁ ପ୍ରମୁଖ ଯୋଗଦାନ ଦେଇ ଥିବାରୁ ବୈଠକ ପରେ ଏକ ଚିଠି ମନମୋହନଙ୍କ ପରିବାର ସହ କଂଗ୍ରେସ ପାର୍ଟି ଦିଆଯାଇଥିଲା। ଏଥିରେ ସରକାର ସ୍ମାରକୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ସ୍ମାରକୀ ପ୍ରତିଷ୍ଠା ଲାଗି ଗୋଟିଏ ପ୍ରୋସିଜିୟର ଅଛି। ଏଥିଲାଗି ଶେଷକୃତ୍ୟକୁ ବିଳମ୍ବ କରାଯାଇପାରି ନ ଥାନ୍ତା। ଶୋକାକୂଳ ପରିବେଶରେ କଂଗ୍ରେସ ଯେଉଁଭଳି ରାଜନୀତି କରୁଛି ତାହା ଅନୁଚିତ। ଯଦି କେହି ତାଙ୍କୁ ବେଶୀ ଅପମାନିତ କରିଥାଏ ସେହି ଦଳ ହେଲା କଂଗ୍ରେସ। ପ୍ରଧାନମନ୍ତ୍ରୀ ପଦରେ ଥିବା ବେଳେ କଂଗ୍ରେସ ହିଁ ଅପମାନିତ କରିଛି। ମନମୋହନଙ୍କ କ୍ୟାବିନେଟ ପାରିତ ପ୍ରସ୍ତାବକୁ ତାଙ୍କ ନେତା ଯେଉଁ ଅହଙ୍କାର ସହ ଚିରିଥିଲେ ତାହା ସମସ୍ତେ ଜାଣନ୍ତି। ଅନେକ ଥର ଗଣମାଧ୍ୟମରେ ସେନେଇ ଚର୍ଚ୍ଚା ହୋଇଛି। ଅପମାନିତ ହେବା ଯୋଗୁ ମନମୋହନ ପଦରୁ ଇସ୍ତଫା ଦେବାକୁ ଚିନ୍ତା କରିଥିଲେ ବୋଲି ସମ୍ବିତ  ମନେ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri