Categories: ଜାତୀୟ

ମୋଦି ସରକାରଙ୍କୁ ଧନ୍ୟବାଦ ଦେଲେ ରାହୁଲ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୬ ।୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରବକ୍ତା ସମ୍ପିତ ପାତ୍ର ରବିବାର ଏକ ପ୍ରେସ କନଫରେନ୍ସ କରି କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛନ୍ତି । ଏହି ସମୟରେ ସେ କହିଛନ୍ତି ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସମ୍ବିତ ପାତ୍ର ତ୍ରିରଙ୍ଗାର ଉଦାହରଣ ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ଏବେ ମାନିଛନ୍ତି କି ଜମ୍ମୁ-କଶ୍ମୀରର ଚାରିପଟେ ଏବେ ତ୍ରିରଙ୍ଗା ଉଡୁଛି, ଏହାକୁ ସେ ମୋଦି ସରକାରଙ୍କ ଉପଲବ୍ଧି ବୋଲି ମାନିଛନ୍ତି ।
ଭାଜପା ନେତା ପାତ୍ର ପ୍ରେସ କନଫରେନ୍ସ ଆରମ୍ଭରେ କହିଛନ୍ତି, ଆଜି ଦୁଇଟି ମହତ୍ୱପୂର୍ଣ୍ଣ କଥା ସକାଳୁ ଚାଲୁଛି କଂଗ୍ରେସ ଓ ରାହୁଲ ଗାନ୍ଧଙ୍କ ନକରାତ୍ମକ ରାଜନୀତି ଓ ଏଏପିର ନୌଟଂକିର ରାଜନୀତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଭଲ ଭାଷାର ବ୍ୟବହାର ହେଉନାହିଁ । କଂଗ୍ରେସର ଅଧିବେଶନରେ ଭାଷଣର ଶୃଙ୍ଖଳାରୁ ଜଣାପଡୁଛି କି ଦେଶ ନଷ୍ଟ ହୋଇଗଲାଣି ।

Share