Categories: ଜାତୀୟ

ନାଇଟ୍‌ କ୍ଲବ୍‌ରେ ରାହୁଲ ଗାନ୍ଧୀ: ଭିଡିଓ ଶେୟାର କରି ଟାର୍ଗେଟ୍‌ କଲା ଭାଜପା

ନୂଆଦିଲ୍ଲୀ,୩।୫: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜିକାଲି ବ୍ୟକ୍ତିଗତ ଭାବେ ନେପାଳ ଗସ୍ତରେ ଅଛନ୍ତି। ରାହୁଲଙ୍କ ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କାଠମାଣ୍ଡୁର ଏକ ନାଇଟ କ୍ଲବ୍‌ରେ ପାର୍ଟି କରୁଥିବା ନଜର ଆସିଛନ୍ତି। କୁହାଯାଉଛି ଏହି ଭିଡିଓଟି ନେପାଳର ‘ଲର୍ଡ ଅଫ ଦି ଡ୍ରିଙ୍କ୍ସ’ରେ ଶୁଟିଂ କରାଯାଇଛି। ଭିଡିଓରେ ରାହୁଲ ଗାନ୍ଧୀ ଜଣେ ବନ୍ଧୁଙ୍କ ସହ ନାଇଟ କ୍ଲବ୍‌ରେ ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛି।
ଭାଜପାର ଆଇଟି ଦାୟିତ୍ୱରେ ଥିବା ଅମିତ ମାଲଭିଆଙ୍କ ବ୍ୟତୀତ ଭାଜପା ନେତା କପିଲ ମିଶ୍ର ମଧ୍ୟ ରାହୁଲଙ୍କ ଏହି ଭିଡିଓ ଶେୟାର କରିଛନ୍ତି। ମାଲଭିଆ ଟୁଇଟ୍‌ କରି ଲେଖିଛନ୍ତି ଯେ, ମୁମ୍ବାଇ ଉପରେ ଆକ୍ରମଣ ହୋଇଥିବା ସମୟରେ ମଧ୍ୟ ରାହୁଲ ଗାନ୍ଧୀ ନାଇଟ କ୍ଲବ୍‌ରେ ଥିଲେ। ଏବେ ଯେତେବେଳେ ତାଙ୍କ ପାର୍ଟି ସଙ୍କଟରେ ଅଛି ସେତେବେଳେ ବି ସେ ନାଇଟ୍‌ କ୍ଲବ୍‌ରେ ଅଛନ୍ତି। ସେହିପରି କପିଲ ମିଶ୍ର ଭିଡିଓ ଶେୟାର କରି କହିଛନ୍ତି ଏ କିଏ ଚିହଁନ୍ତୁ।

 

Share