Posted inଜାତୀୟ

ବିଜୟଙ୍କ ସହ ମେଣ୍ଟ କରିବାକୁ ବାଟ ଖୋଜୁଛି ଭାଜପା, ବଦଳିଯିବ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୫।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ବିଶେଷ ସୂତ୍ର ଅନୁସାରେ, ତାମିଲନାଡୁରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା), ଲୋକପ୍ରିୟ ଅଭିନେତା ବିଜୟଙ୍କ ନୂତନ ଦଳ ତାମିଲଗା ଭେଟ୍ରି କାଜାଗାମ (TVK) ସହ ମେଣ୍ଟ କରିବା ପାଇଁ ଗମ୍ଭୀରତାର ସହ ବିଚାର କରୁଛି।

ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାର୍ଟିର କୋର୍ କମିଟି ବୈଠକରେ ଯୋଗଦେଇ ନେତାମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, କେବଳ ନିର୍ବାଚନ ଲଢ଼ିବା ପାଇଁ ନୁହେଁ, ବରଂ ଜିତିବା ପାଇଁ ମଇଦାନକୁ ଓହ୍ଲାନ୍ତୁ। ଏହି ଗସ୍ତ ସମୟରେ ଶାହ ଜାଣିଶୁଣି ଏଆଇଏଡିଏମକେ (AIADMK) ମୁଖ୍ୟ ଇ.ପି.ଏସଙ୍କୁ ଭେଟି ନାହାନ୍ତି, ଯାହାକି ଏକ ସ୍ପଷ୍ଟ ସଙ୍କେତ ଦେଉଛି ଯେ ଭାଜପା ଏବେ ଡିଏମକେ ବିରୋଧୀ ସମସ୍ତ ଶକ୍ତିକୁ ଏକାଠି କରିବାକୁ ଚାହୁଁଛି।

ଭାଜପା ପାଇଁ ଏହି ମେଣ୍ଟ ମେଣ୍ଟ ଗଣିତ ହେଉଛି ୨୦୨୧ ବିଧାନସଭା ନିର୍ବାଚନରେ ଭାଜପା ମାତ୍ର ୪ଟି ସିଟ୍ ଜିତିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା। ଅଭିନେତା ବିଜୟଙ୍କ ଦଳ ନିଜକୁ ତାମିଲନାଡୁରେ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଉଭା କରିବାକୁ ଚେଷ୍ଟା କରୁଛି।

ଅନ୍ୟପଟେ, ଟିଭିକେ ମୁଖପାତ୍ର ଫେଲିକ୍ସ ଗେରାଡଙ୍କ ଅନୁସାରେ, ଧର୍ମନିରପେକ୍ଷତା ଆଧାରରେ କଂଗ୍ରେସ ଓ ଟିଭିକେ ସ୍ୱାଭାବିକ ବନ୍ଧୁ। ମାତ୍ର ବର୍ତ୍ତମାନର ତାମିଲନାଡୁ କଂଗ୍ରେସ ନେତୃତ୍ୱର କିଛି ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ ଏହି ମେଣ୍ଟ ହୋଇପାରୁ ନାହିଁ। ଭାଜପା ଏହି ସୁଯୋଗର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି।

ଅମିତ ଶାହ ନେତାମାନଙ୍କୁ ଆଗୁଆ ପ୍ରାର୍ଥୀ ଚୟନ କରିବାକୁ ଏବଂ ଆସନ୍ତା ଜାନୁଆରୀ ୧୪ (ପୋଙ୍ଗଲ) ସୁଦ୍ଧା ଏକ ବଡ଼ ମେଣ୍ଟର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri