ବିଭୂତିଙ୍କୁ ଟକ୍କର ଦେବା ପାଇଁ ଭାଜପାର ପ୍ରାର୍ଥୀଖୋଜା

ଖୋର୍ଦ୍ଧା,୨ା୪(ପ୍ରଭାତ ପାଣିଗ୍ରାହୀ):ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲାର ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକାରେ ଜଟଣୀ ଆସନ ପାଇଁ ପୂର୍ବତନ ବିଧାୟକ ତଥା ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତାଙ୍କୁ ଟକ୍କର ଦେବା ପାଇଁ ଭାଜପା ଜଣେ ଟାଣୁଆ ଯୁବ ନେତୃତ୍ୱଙ୍କୁ ଖୋଜୁଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ କଂଗ୍ରେସର ସୁରେଶ ରାଉତରାୟଙ୍କଠାରୁ ପରାଜିତ ହୋଇଥିବା ସତ୍ତ୍ୱେ ବିଜେଡି ପୁଣି ବିଭୂତିଙ୍କ ଉପରେ ଭରସା କରିଛି। ଭାଜପା ଏବଂ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ ଦୁଇ ଦଳରୁ ପ୍ରାର୍ଥତ୍ତ୍ୱକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଭାଜପାରେ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଲବି ଆରମ୍ଭ କରିଛନ୍ତି। ବିଭୂତିଙ୍କୁ ଟକ୍କର ଦେବା ଭଳି ଭାଜପା ପ୍ରାର୍ଥୀ ଖୋଜୁଥିବା ଜଣାପଡିଛି।
ବ୍ଲକର ୧୫ ଓ ଖୋର୍ଦ୍ଧାର ୭ ପଞ୍ଚାୟତ ଏବଂ ଭୁବନେଶ୍ୱର ବ୍ଲକର ୯ଟି ପଞ୍ଚାୟତ ଓ ଜଟଣୀ ପୌରାଞ୍ଚଳକୁ ନେଇ ଜଟଣୀ ବିଧାନସଭା କ୍ଷେତ୍ର ଗଠିତ। ୨୦୦୪, ୨୦୦୯ ଓ ୨୦୧୪ରେ ଏହି ଆସନ ବିଜେଡି ହାତରେ ରହିଥିବା ବେଳେ ୨୦୧୯ରେ କଂଗ୍ରେସରୁ ସୁରେଶ ରାଉତରାୟ ବିଧାୟକ ଅଛନ୍ତି। ସେପଟେ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ରହିଛି। ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ କଂଗ୍ରେସରୁ ଆଶାୟୀ ରହିଛନ୍ତି। ସଦ୍ୟ ଘଟଣା ଦେଖିଲେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଆଲୋଚନା ହେଉଛି। ହେଲେ ଜଟଣୀର ସ୍ବାଭିମାନକୁ ଦୃଷ୍ଟିରେ ରଖି ସେ ଏଠାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ରାଜନୀତିରେ ନୂଆମୋଡ଼ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ତାଙ୍କ ସାନ ଭାଇ ମନ୍ମଥନାଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଗତ ବିଧାନସଭା ନିର୍ବାଚନରେ ଏଠାରୁ ଭାଜପାରୁ ପ୍ରାର୍ଥୀ ହୋଥିବା ବିଶ୍ୱରଞ୍ଜନ ବଡ଼ଜେନା ପୁଣି ଥରେ ଟିକେଟ ପାଇବା ଲାଗି ଆଶାବାଦୀ ଅଛନ୍ତି। ସେହିପରି ବରିଷ୍ଠ ଭାଜପା ନେତା ତଥା ତୈଳ ନିଗମର ଅବୈତନିକ ନିର୍ଦ୍ଦେଶକ ସୁଦୀପ୍ତ ରାୟ ଦଳ ଟିକଟ ଦେଲେ ଲଢ଼ିବେ ବୋଲି କହିଛନ୍ତି। ଏବେ ଭାଜପାରେ ଯୋଗ ଦେଇଥିବା ସାମାଜିକ କର୍ମୀ ସନ୍ତୋଷ ଜେନା ମଧ୍ୟ ଆଶାୟୀ ରହିଛନ୍ତି। ଭାଜପା କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ କରି ନ ଥିବା ବେଳେ ଆଶାୟୀ ପ୍ରାର୍ଥୀ ଭୋଟରଙ୍କ ନିକଟରେ ପହଞ୍ଚତ୍ବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।
ଚଳିତବର୍ଷ ଜଟଣୀ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରସଙ୍ଗ ପ୍ରାର୍ଥୀଙ୍କୁ ଅଡୁଆ କରିପାରେ। ରାଜଧାନୀଠାରୁ ଅନତି ଦୂରରେ ଅବସ୍ଥିତି ସତ୍ତ୍ୱେ ଜଟଣୀର ବିକାଶ ଦୀପ ତଳ ଅନ୍ଧାର ସଦୃଶ। ଶ୍ରୀଜଗନ୍ନାଥ ଜମି ସ୍ବତ୍ୱଲିପି ପରିବର୍ତ୍ତନ ଲାଗି ଦୀର୍ଘ ବର୍ଷ ଧରି ଲୋକଙ୍କ ଦାବି ରହିଛି। ମେଡିକାଲ ସମସ୍ୟା, ଓଭରବ୍ରିଜ ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ, ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନ ହେଉ କିମ୍ବା ବେକାରି ସମସ୍ୟା, ଇନ୍ଦିରାଆବାସ ଭଳି ଅନେକ ପ୍ରସଙ୍ଗ ରହିଛି। ମେଡିକାଲରେ ଡାକ୍ତର ଓ କର୍ମଚାରୀ ପଦବୀ ଖାଲିପଡ଼ିଥିବା ବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ ହେଉଛି। କୌଣସି ଶିଳ୍ପାଞ୍ଚଳ ନ ଥିବାରୁ ଏଠାକାର ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଦୀର୍ଘ ଦଶନ୍ଧି ଧରି ଜଟଣୀ ସହର ଅବହେଳିତ ଅବସ୍ଥାରେ ରହିଥିବା ବେଳେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି ବୋଲି ଜନତା ଅଭିଯୋଗ କରିଆସୁଛନ୍ତି। ପୁଣି ଜଟଣୀର ଦୁଃଖ ହେଉଛି ଏଠାରୁ ବିଜୟ ଲାଭ କରିଥିବା ବିଧାୟକ ରାଜଧାନୀର ବାସିନ୍ଦା। କୌଣସି କାମ ପଡିଲେ, ଲୋକେ ଭୁବନେଶ୍ୱର ଦୌଡିବାକୁ ବାଧ୍ୟ ହେଉଛନ୍ତି। ଚଳିତ ନିର୍ବାଚନରେ ଏହାର ପ୍ରତିଫଳନ ହେବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri