ବିଜେଡି ଅମଳରେ ଦରଦାମ୍‌ ଥିଲା ଆକାଶ ଛୁଆଁ: ଭାଜପା

ଭୁବନେଶ୍ୱର, ୪।୭(ସୁନିତ୍‌ ମିଶ୍ର)ଦରଦାମ ନିୟନ୍ତ୍ରଣ କରିବା ପାଇଁ ପ୍ରଳାପ କରୁଥିବା ବିଜେଡି ଗତ ୨୫ ବର୍ଷରେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ କିଛିବର୍ଷ ହେବ ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଭାଜପା ମାତ୍ର ୨୧ ଦିନ ସରକାର ଗଠନ କରିଥିବା ବେଳେ ରାଜ୍ୟରେ ମୁଦ୍ରାସ୍ଫୀତି ଗତ ୬ ମାସ ହେବ ୭%ରୁ ଅଧିକ ରହିଛି। ବିଜେଡି ଅମଳରେ ଦରଦାମ୍‌ ଆକାଶ ଛୁଆଁ ଥିଲା। ଖାଲି ସେତିକି ନୁହେଁ, ତତ୍କାଳୀନ ବିଜେଡି ସରକାର କୁନି ପିଲାମାନଙ୍କ ଚାଉଳ ଓ ଡାଲି ସବୁ ଚଳୁ କରିଦେଇଛି। ମଧ୍ୟାହ୍ନଭୋଜନ ଚାଉଳ ଲୁଟ୍‌ କରି ନିଜର ପକେଟ ଗରମ କରିଛି। ମାତ୍ର ଅଳ୍ପଦିନ ତଳେ ଶାସନଭାର ସମ୍ଭାଳିଥିବା ଭାଜପା ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛି ବୋଲି ଭାଜପା ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କସ୍ତୁରୀ କହିଛନ୍ତି, ବିଜେଡି ସରକାର ସମୟରେ ଜଳସେଚନ ବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏନେଇ ଚାଷୀମାନେ ଭଲ ଫସଲ ଉପତ୍ାଦନ କରିପାରୁ ନ ଥିଲେ। ଏପରିକି ଗତ ୨୫ ବର୍ଷ ମଧ୍ୟରେ ଗୋଟିଏ ହେଲେ ବି ଶୀତଳଭଣ୍ଡାର ଖୋଲିପାରିନାହିଁ। ଆଉ ଯେଉଁଠି ଶୀତଳଭଣ୍ଡାର ଥିଲା ସେଗୁଡ଼ିକ ଅଚଳ ହୋଇଯାଇଛି। ଫଳରେ ଆଳୁ, ପିଆଜ ଓ ପରିବା ଆଦି ପୂର୍ବରୁ ସଂରକ୍ଷିତ ରଖାଯାଇ ପାରୁନାହିଁ। ଏଥିପାଇଁ ଦରଦାମ ଦିନ ଦିନକୁ ବଢ଼ି ଚାଲିଛି। ଭାଜପା ସରକାର ଆସିବା ପରେ ଏହି ଅସୁବିଧାକୁ ହୃଦୟଙ୍ଗମକରି ପ୍ରତି ବ୍ଲକ୍‌ରେ ଶୀତଳଭଣ୍ଡାର ଖୋଲିବାକୁ ଯୋଜନା କରିଛି। ଅପରପକ୍ଷେ ମଣ୍ଡିରେ ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥଲା। ଫଳରେ କଳାବଜାର ବଢ଼ିଚାଲିଥିଲା। ଏଥିଯୋଗୁ ଚାଷୀ ହତାଶ ହେଉଥିବାବେଳେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିଲା। ଚଳିତ ବର୍ଷ ଅଧିକ ଖରା ହୋଇଥିବାରୁ ଫସଲ ଭଲ ହୋଇପାରିନାହିଁ। ଭାଜପା ସରକାର ଆସିବା ପରେ ବଜାରର ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କଳାବଜାର ଉପରେ ରୋକ ଲଗାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୋଦାମ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରରେ ଭାଜପା ସରକାର ୭୧ ହଜାର ଟନ୍‌ କିଣି ଷ୍ଟକ୍‌ ରଖିଛନ୍ତି। ଏହି ପିଆଜ ଦର ଯେପରି ଅଧିକ ନ ହେବ ସେଥିପାଇଁ ନାସିକରୁ ପିଆଜ କିଣାଯାଇ ରାଜ୍ୟରେ ଅଧିକ ଷ୍ଟକ୍‌ ରଖିବାକୁ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରରେ ଭାଜପା ସରକାର କୃଷି ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାର ଲାଭ ଓଡ଼ିଶାକୁ ମଧ୍ୟ ମିଳିବ ବୋଲି କସ୍ତୁରୀ କହିଛନ୍ତି।

ଭୁବନେଶ୍ୱର,୪ା୭(ଅନିଲ ଦାସ)ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଯାଇଛି। ଡାଲି, ଚାଉଳ, ପନିପରିବା ଦର ଆକାଶଛୁଆଁ ହୋଇଛି। ହେଲେ ଦରଦାମ୍‌ ନିୟନ୍ତ୍ରଣ ନେଇ ଯୋଗାଣ ମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ।
ଦରଦାମ୍‌ ନିୟନ୍ତ୍ରଣରେ ସରକାର ଅସହାୟତା ପ୍ରକାଶ କରୁଛନ୍ତି।
ଯଦି ସରକାର ଦର ବୃଦ୍ଧି ନିୟନ୍ତ୍ରଣ ନ କରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବୁଧବାର ଶଙ୍ଖଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଭାଜପା ସରକାର ଦରଦାମ୍‌ ଆକାଶଛୁଆଁ କରିଛନ୍ତି। ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ। ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧିକୁ ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ମନ୍ତ୍ରୀ କହୁଛନ୍ତି ଦରଦାମ୍‌ରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା କହିଛନ୍ତି। ସେହିପରି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଅସାଧୁ ବେପାରୀଙ୍କ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଚାଲିଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ୍‌ ବୃଦ୍ଧି ଘଟିଛି। ରାଜ୍ୟରେ ଚାଉଳ ଦର ବଢୁଛି। ଦରବୃଦ୍ଧି ପ୍ରଭାବ ପିଲାଙ୍କ ମଧ୍ୟାହ୍ନଭୋଜନ ଉପରେ ପଡ଼ୁଛି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ବିଜେଡି ପ୍ରଶ୍ନ କରିଛ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ । ଦରବୃଦ୍ଧି ନିୟନ୍ତ୍ରଣ ନ କଲେ ବିଜେଡି ଆନ୍ଦୋଳନ କରିବ ବୋଲି ଲେଖାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri