Categories: ଜାତୀୟ

ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଦେଖିବାକୁ ମିଳିଛି ଭାଜପାର ବିଜୟ

ନୂଆଦିଲ୍ଲୀ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳଫଳ ଉପରେ କେବଳ ଦେଶ ନୁହେଁ ବରଂ ବିଶ୍ୱର ନଜର ରହିଥିଲା । ରାଜନୈତିକ ପଣ୍ଡିତ ଏହାକୁ ୨୦୨୪ ଲୋକ ସଭା ନିର୍ବାଚନର ସେମିଫାଇନାଲ ଭାବେ ଧରି ନେଇଛନ୍ତି । ଭାଜପାର ବିଜୟ ପରେ ବିଭିନ୍ନ ଦେଶରେ ଏହାକୁ ନେଇ ରାଜନୈତିକ ବିଚାର ବିମର୍ଷ ବି ଆରମ୍ଭ ହୋଇଯାଇଛି । ମଧ୍ୟ ପୂର୍ବରୁ ନେଇ ୟୁରୋପ ଓ ଆମେରିକାର ଗଣମାଧ୍ୟରେ ଭାଜପା ବିଜୟକୁ ବେଶ ଭଲଭାବେ କଭରେଜ କରାଯାଇଛି । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ କହିଛି, କରୋନା, ମହଙ୍ଗା ମାଡ, ବେରୋଜଗାର, କୃଷକ ଆନ୍ଦୋଳନ ପରେ ବି ସର୍ବାଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଶାସନକ୍ଷମତା ହାତକୁ ନେଇଛି ।
ଅଲ ଜଜିରା ଦର୍ଶାଇଛି ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟରେ ଭାଜପା ସରକାର ଗଠନ କରିବାରେ ସଫଳ ହୋଇଛି । ତେବେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହା ଭାଜପାର ଏକ ଝଲକ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଦର୍ଶାଇଛି । କଟ୍ଟର ହିନ୍ଦୁବାଦୀ ପରେ ବି ଯୋଗୀ ଆଦିତ୍ୟନାଥଙ୍କ ବିଜୟ ମୋଦିଙ୍କ ଉପରେ ଜନସାଧାରଣଙ୍କ ଭରସା ବୋଲି କହିଛି ଅଲ ଜଜିରା ।
ବିବିସି କହିଛି ବିନା କୌଣସି ଲହରରେ ଯୋଗୀ ଆଦିତ୍ୟନାଥଙ୍କ ବିପୁଳ ବିଜୟ ଭାଜପା ପ୍ରତି ଲୋକଙ୍କ ବିଶ୍ୱାସକୁ ଦର୍ଶାଇଛି ।
ସେହିପରି ନ୍ୟୁୟର୍କ ଟାଇମ୍ସ କହିଛି ମହଙ୍ଗା ମାଡ, ମହାମାରୀ ପରେ ବି ଲୋକେ ଯୋଗୀ ଆଦିତ୍ୟନାଥଙ୍କୁ ଭରସା କରିପାରିଛନ୍ତି ଆଉ ବିଜୟୀ କରିଛନ୍ତି । ବେକାରୀ ସମସ୍ୟା ବଢି ଚାଲିଛି, ବିବାଦ ପିଛା ଛାଡୁନି ଏହାପରେ ବି ଜନତା ଯୋଗୀଙ୍କୁ ବାଛିଛନ୍ତି । କଟ୍ଟର ହିନ୍ଦୁତ୍ୱବାଦୀ ଯୋଗୀଙ୍କୁ ପୁଣିଥରେ ଶାସନ କ୍ଷମତା ଦେବାର ଅର୍ଥ ହେଉଛି ଅନେକ ତାଙ୍କୁ ମୋଦିଙ୍କ ଉତ୍ତରାଧିକାରୀ ବୋଲି ଭାବି ନେଇଛନ୍ତି । ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋଲି ବି ଆଲୋଚନା ହେଉଛି ।
ଗଲ୍ଫ ନ୍ୟୁଜ କହିଛି ୪ ରାଜ୍ୟରେ ପୁଣିଥରେ ଭାଜପା ଲହର ଦେଖିବାକୁ ମିଳିଛି । ୨୦୧୪ରେ ଆରମ୍ଭ ହୋଇଥିବା ମୋଦି ଲହର ଏବେ ବି ଅତୁଟ ରହିଛି । ୭ ବର୍ଷ ପରେ ଭାଜପା ପୁଣିଥରେ ଶାସନ କ୍ଷମତା ହାତେଇବା ଭାରତୀୟ ରାଜନୀତିରେ ଇତିହାସ ବୋଲି କୁହାଯାଉଛି ।
କରୋନା ମହାମାରୀ ଓ କୃଷକ ଆନ୍ଦୋଳନ ପରେ ଉତ୍ତର ପ୍ରଦେଶରେ ଜନତା ସମାଜବାଦୀ ପାର୍ଟି ସପକ୍ଷରେ ଆସୁଥିବା ଦେଖାଯାଉଥିଲେ ବି ଏହା ଭୁଲ ପ୍ରମାଣିତ ହୋଇଛି ।

Share