Posted inଜାତୀୟ

ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍‌ଏସ୍‌ଏସ୍‌: ରାହୁଲ

ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଦେଶରେ ଘୃଣାର ପ୍ରସାର କରୁଥିବା ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଏଥିସହିତ ସେ ଏକ ଜନସମାବେଶରେ ଦରଦାମ୍‌ ବୃଦ୍ଧି ଓ ବେରୋଜଗାରୀ ପ୍ରସଙ୍ଗ ଉଠାଇଥିଲେ।

ଭାରତ ଯୋଡ଼ୋ ଯାତ୍ରା ଭାଜପା-ଆର୍‌ଏସ୍‌ଏସ୍‌ ନୀତି, ଘୃଣା ଓ ହିଂସା ବିରୋଧୀ ବୋଲି ରାହୁଲ କହିଛନ୍ତି। ଭାଜପା ସରକାରରେ ଦୁଇଟି ଭାରତ ସୃଷ୍ଟି ହୋଇଛି। ଗୋଟିଏ ମୁଷ୍ଟିମେୟ ଧନୀଙ୍କର ହୋଇଥିବାବେଳେ ଅନ୍ୟଟି କୋଟି କୋଟି ଯୁବ, କୃଷକ, ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀଙ୍କର। ଆମେ ଦୁଇଟି ନୁହେଁ, ଗୋଟିଏ ଭାରତ ଚାହୁଁ, ଯେଉଁଠି ସମସ୍ତଙ୍କୁ ନ୍ୟାୟ, ନିଯୁକ୍ତି ମିଳିବ ଏବଂ ଦେଶରେ ଭ୍ରାତୃଭାବ ରହିବ ବୋଲି କଂଗ୍ରେସ ନେତା କହିଥିଲେ। ତେଲଙ୍ଗାନା-କର୍ନାଟକ ସୀମାରେ ରାହୁଲଙ୍କୁ ତେଲଙ୍ଗାନା କଂଗ୍ରେସ ନେତାମାନେ ସ୍ବାଗତ କରିଥିଲେ। କଂଗ୍ରେସ ଲୋକ ସଭା ସଦସ୍ୟ ତଥା ତେଲଙ୍ଗାନା ପାଇଁ ଦଳୀୟ ପ୍ରଭାରୀ ଥିବା ମନିକମ୍‌ ଟାଗୋର, ରାଜ୍ୟ କଂଗ୍ରେସ ସଭାପତି ଏ. ରେଭନ୍ଥ ରେଡ୍ଡୀ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ।

 

ଯାତ୍ରାରେ ସାମିଲ ହେବେ ପାଓ୍ବାର

ବାରାବତି,୨୩।୧୦: ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ଚଳାଇଥିବା ଭାରତ ଯୋଡ଼ୋ ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କଲେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏଥିରେ ସାମିଲ ହେବେ ବୋଲି ରବିବାର କହିଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ଅଶୋକ ଚଭନ ଏବଂ ବାଲାସାହେବ ଥୋରାଟ ତାଙ୍କୁ ଭେଟି ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ଲାଗି ଆମନ୍ତ୍ରଣ କରିଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି ପଦଯାତ୍ରା ନଭେମ୍ବର ୭ରେ ମହାରାଷ୍ଟ୍ରରେ ପ୍ରବେଶ କରିବ। ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୫୦ ଦିନରେ ୩,୫୭୦ କିଲୋମିଟର ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ଏହା ତାମିଲନାଡୁ, କେରଳ, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶ ଅତିକ୍ରମ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri