Categories: ଜାତୀୟ

ଫେସବୁକ୍‌, ହ୍ବାଟସଆପରେ ଭାଜପାର କବଜା: ରାହୁଲ

ନୂଆଦିଲ୍ଲୀ,୧୬।୮: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଭାଜପା ଓ ଆର୍‌ଏସ୍‌ଏସ୍‌ ଭାରତରେ ଫେସବୁକ୍‌ ଓ ହ୍ବାଟସଆପ ଉପରେ ନିୟନ୍ତ୍ରଣ ରଖିଛନ୍ତି। ଏହା ମାଧ୍ୟମରେ ସେମାନେ ଭୁଲ ଖବର ଓ ଅଶାନ୍ତି ସୃଷ୍ଟି କରୁଛନ୍ତି। ସେମାନେ ଏହାର ବ୍ୟବହାର ଭୋଟରଙ୍କୁ ପ୍ରଭାବିତ କରିବାକୁ କରୁଛନ୍ତି ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀ ଏକ ଖବରକାଗଜର ରିପୋର୍ଟ ଆଧାରରେ ଏହା କହିଛନ୍ତି। ଏହି ରିପୋର୍ଟ ଆଧାରରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ମଧ୍ୟ ଫେସବୁକର ସିଇଓଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।

Share