ଭାଜପାର ଉତ୍ଥାନ: ବିଜେଡିକୁ ଚ୍ୟାଲେଞ୍ଜ

ଯାଜପୁର ଅଫିସ,୨୯ା୧: ଯାଜପୁର ଜିଲା ବିଜେଡି ଗଡ଼ରେ ଭାଜପାର ଉତ୍‌ଥାନକୁ ନେଇ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ରାଜ୍ୟରେ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇବାରେ ଜିଲାର ମନ୍ତ୍ରୀ, ବିଧାୟକ ଓ ପ୍ରଶାସନର ଅବହେଳା ଏଥିପାଇଁ ଦାୟୀ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ଯୋଜନାଗୁଡିକର ସଫଳ ରୂପାୟନ ପ୍ରତି ରାଜନେତାମାନେ ଦୃଷ୍ଟି ନ ଦେଇ ରାଜନୀତି ଉପରେ ବେଶି ଗୁରୁତ୍ୱ ଦେବା ଓ ଲୋକଙ୍କଠୁ ଦୂରେଇ ଯିବା ଭାଜପା ଉତ୍‌ଥାନର କାରଣ ହୋଇଛି ବୋଲି କୁହାଯାଉଛି। ଏହାସହ ଚାଷୀଙ୍କୁ ଉପେକ୍ଷା ବିଜେଡି ପାଇଁ କାଳ ସାଜିବ। ଗତ ପଞ୍ଚାୟତ ନିର୍ବାଚନରେ ଜିଲାର ୬ଟି ଜିଲା ପରିଷଦ ଆସନ ଭାଜପା ଜିତିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା। ଭାଜପା ୨୦୧୪ ସାଧାରଣ ନିର୍ବାଚନରେ ୧୪.୪୩%, ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୧.୫୭% ଓ ୨୦୧୯ ସାଧାରଣ ନିର୍ବାଚନରେ ୪୦.୫୫% ଭୋଟ ପାଇଥିଲା। ଭାଜପାର ଏଭଳି ଉତ୍‌ଥାନ କାରଣରୁ ଏଥର ପଞ୍ଚାୟତ ନିର୍ବାଚନରେ ବିଜେଡି ନେତା ଓ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

୨୦୦୨ରୁ ବିଜେଡି ଯାଜପୁରରେ ଜିଲା ପରିଷଦ ଗଠନ କରିଆସୁଛି। ଗତ ୨୦୧୭ରେ ପ୍ରଥମ କରି ବିଜେଡିକୁ କଡ଼ା ଟକ୍କର ଦେଇଥିଲା ଭାଜପା। ୬ଟି ଜିଲା ପରିଷଦ ଆସନ ଅକ୍ତିଆର କରି ଭାଜପା ନିଜର ସ୍ଥିତି ଜାହିର କରିଥିଲା। ୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲାର ୩୯ଟି ଜୋନ୍‌ରୁ ବିଜେଡିକୁ ୩୬ଟି ମିଳିଥିଲା। ୨୦୦୭ ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରି ଜିଲା ପରିଷଦ ଗଠନ କରିଥିଲା। ୨୦୦୨ ନିର୍ବାଚନରେ ବିଜେଡିରୁ ଗୌତମ ରାୟ ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ଭାଜପାର ଜିଲା ସଭାପତି ଅଛନ୍ତି। ୨୦୦୦ରୁ ଜିଲାର ୭ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ଦବ୍‌ଦବା ବଜାୟ ରଖି ଆସୁଛି। ଧର୍ମଶାଳା, ବିଞ୍ଝାରପୁର, ବରୀ, ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଲଗାତର ଭାବେ ବିଜେଡି ପ୍ରାର୍ଥୀ ବିଜୟୀ ହେଉଛନ୍ତି। ଜିଲା ବିଜେଡିର ପ୍ରଫୁଲ୍ଲ ଘଡ଼େଇ, କଳ୍ପତରୁ ଦାସ, ଦେବାଶିଷ ନାୟକ, ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ ଓ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ସମୟରେ ମନ୍ତ୍ରୀ ପଦ ଅଳଙ୍କୃତ କରିଆସୁଛନ୍ତି। କିନ୍ତୁ ଦୁଇ ଦଶନ୍ଧି ଧରି ନିରଙ୍କୁଶ ଜନସମର୍ଥନ ପରେ ବିଜେଡିର ଭୋଟ୍‌ବ୍ୟାଙ୍କ ହ୍ରାସ ଦଳର ରାଜନେତାଙ୍କ ପାଇଁ ଉଚିତ ଶିକ୍ଷା ଏବଂ ସତର୍କ ଘଣ୍ଟି ବୋଲି କୁହାଯାଉଛି। ଆତ୍ମ ସମୀକ୍ଷାକୁ ଭୁଲିଯାଇ କେବଳ କର୍ମୀଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା ଚାଲିଛି। ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ନିର୍ବାଚନୀ ପ୍ରସଙ୍ଗ ହୋଇଥାଏ। ଏହିକ୍ରମରେ ଜିଲାରେ ପଞ୍ଚାୟତିରାଜ ବିଭାଗ ଦ୍ୱାରା ନିର୍ମିତ ପାନୀୟଜଳ ପ୍ରକଳ୍ପ, କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦି ଉପରେ ଜନଅସନ୍ତୋଷ ଲାଗି ରହିଛି। କୋରେଇ ବ୍ଲକର ପଛିକୋଟ ଜଗନ୍ନାଥ ମନ୍ଦିର ମଣ୍ଡପକୁ ଦେଖାଇ ମିଶନ ଶକ୍ତି ଗୃହ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି। ସେହିପରି ସ୍ମାର୍ଟ ସ୍କୁଲ ନାମରେ ପୁରୁଣା ସ୍କୁଲ ଗୃହଗୁଡିକୁ କିଛିଟା ନବୀକରଣ କରି ବିପୁଳ ଅର୍ଥ ହଡ଼ପ ହେଉଥିବା ଜିଲାରେ ଅଭିଯୋଗ ହୋଇ ଆସୁଛି। ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ଅସ୍ଥିର କରିଛି। ଜଳସେଚନ ସୁବିଧା ନ ଥିବାରୁ ପ୍ରାୟ ୩୦ ପ୍ରତିଶତ ଜମି ପଡ଼ିଆ ପଡ଼ୁଛି। ଜିଲାର ଶତାଧିକ ପଡ଼ା ଗ୍ରାମକୁ ରାସ୍ତା ନାହିଁ। ଫଳରେ ନଗଡ଼ା ଭଳି ନଗ୍ନଚିତ୍ର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁ ଗ୍ରାମକୁ ବିଜୁଳି ଓ ସ୍ବଚ୍ଛ ପାନୀୟଜଳ ଆଜିବି ସ୍ବପ୍ନ ହୋଇଛି। ଜିଲାରେ ନିର୍ମାଣ ହୋଇଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ଅଚଳ। ମହିଳାମାନେ ନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଥିବା ଆଜି ବି ଦେଖିବାକୁ ମିଳୁଛି। ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯେତିକି ଡାକ୍ତର ରହିବା କଥା ନାହାନ୍ତି। ଜିଲାର ଚିରସହଚର ବନ୍ୟା ପ୍ରତିବର୍ଷ ତା’ର କରାଳ ରୂପ ଦେଖାଉଛି। ଲକ୍ଷାଧିକ ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି। ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ଶିଳ୍ପ ଓ ଖଣିସମୃଦ୍ଧ ଜିଲାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ଆଶାରେ ଅପେକ୍ଷା କରି ବସିଛନ୍ତି। ହେଲେ ଅଣଓଡ଼ିଆ ଠିକାସଂସ୍ଥାଙ୍କ ଏଠାରେ ରାଜ୍‌ ଚାଲିଛି। ବେଆଇନ ଲଘୁ ଖଣିଜ ଉତ୍ତୋଳନ ଯୋଗୁ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। କିନ୍ତୁ ଜିଲାର ଲୋକପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଗରିବ ବଦଳରେ ଥିଲାବାଲାଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉଛି। ଏଭଳି ଅନେକ ଜନହିତକର ଯୋଜନାରେ ବ୍ୟତିକ୍ରମ ଦେଖାଯାଉଛି। ତେଣୁ ଜନାଦେଶ କାହା ସପକ୍ଷରେ ଯିବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri