Categories: ଜାତୀୟ

୩୦ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ଭାଜପା…

ନୂଆଦିଲ୍ଲୀ, ୧୯।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ତେବେ କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଏବଂ ଏମ୍‌ପି ବରୁଣ ଗାନ୍ଧୀଙ୍କ ନାମ ଏହି ତାଲିକାରେ ନାହିଁ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖଙ୍କ ନାମ ରହିଛି।

ତାଲିକାରେ ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂ, ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂଙ୍କ ନାମ ମଧ୍ୟ ରହିଛି।

ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ମୁଖତାର୍‌ ଅବ୍ବାସ ନକଭି, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା, ସଞ୍ଜିବ ବାଲିଆନ, ଜସୱନ୍ତ ସୈନି, ଏମ୍‌ପି ହେମା ମାଲିନୀ, ଅଶୋକ କଟାରିଆ, ସୁରେନ୍ଦ୍ର ନାଗର, କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ଏବଂ ଚୌଧୁରୀ ଭୁପେନ୍ଦ୍ର ସିଂଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରେ ଅଛି।

ଷ୍ଟାର ପ୍ରଚାରକ ତାଲିକାରେ ବି.ଏଲ ବର୍ମା, ରାଜବୀର ସିଂ, ଏସ.ପି ସିଂ ବଘେଲଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହା ସହିତ ସାଧ୍ୱୀ ନିରଂଜନ ଜ୍ୟୋତି, କାନ୍ତା କର୍ଦମ, ରଜନୀକାନ୍ତ ମାହେଶ୍ୱରୀ, ମୋହିତ ବେନିୱାଲ, ଧର୍ମେନ୍ଦ୍ର କାଶ୍ୟପ, ଜେ.ପି.ଏସ ରାଠୋର ଏବଂ ଭୋଲା ସିଂ ଖଟିକଙ୍କ ନାମ ରହିଛି।

କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ରାଲି, ରୋଡ ଶୋ ତଥା ନିର୍ବାଚନ ପ୍ରଚାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ନେତା ଓ ରାଜନୈତିକ ଦଳଗୁଡ଼ିକ ଭର୍ଚୁଆଲ ରାଲି ଉପରେ ଗୁରୁତ୍ୱ ଦେଉଛନ୍ତି।

Share