ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପାର ପ୍ରତିବାଦ

ବାସୁଦେବପୁର, ୧୮ା୮(ନାରାୟଣ ପ୍ରସାଦ ବାରିକ୍‌): ରାଜ୍ୟ ସରକାରଙ୍କ ଦୁର୍ନୀତି, ଆର୍ଥିକ ଅନିୟମିତତା ଓ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନ କ୍ଷେତ୍ରରେ ପାତରଅନ୍ତର ନୀତି ବିରୋଧରେ ବାସୁଦେବପୁର ଭାଜପା ପକ୍ଷରୁ ଏକ ପ୍ରତିବାଦ ସଭା କିଷ୍ମତକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ହୋଇଥିଲା। ଜିଲା ଭାଜପା ଉପସଭାପତି ଉଦୟ ନାରାୟଣ ମଲିକଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ କମଳାକାନ୍ତ ବାରିକଙ୍କ ସମେତ ଶତାଧିକ କର୍ମୀ ଓ ସମର୍ଥକ ପ୍ରତିବାଦ ସଭାରେ ଯୋଗଦେଇ ଦୁର୍ନୀତି ବିରୋଧରେ କହିଥିଲେ। ଅଗଷ୍ଟ କ୍ରାନ୍ତି ଦିବସଠାରୁ ଭାଜପା ପକ୍ଷରୁ ବିଭିନ୍ନ ପଞ୍ଚାୟତ ଅଫିସ୍‌ ସାମ୍ନାରେ ଏପରି ପ୍ରତିବାଦ ସଭା ଜାରି ରହିଛି।