ଶିବସେନା ପାଇଁ ଚୁଡ଼ି ପଠାଇବ ଭାଜପା

ଶିମଲା,୧୦ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଓ ଶିବସେନା ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟକୁ ବୁଧବାର ଭାଙ୍ଗିବା ଘଟଣା ଏବେ ରାଜନୈତିକ ମୋଡ ନେଲାଣି ଗୁରୁବାର ଏହାକୁ ନେଇ ଶିମଲାରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ବିରୋଧ କରାଯିବା ସହ ଭାଜପା କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏମାନେ କଂଗ୍ରେସ ପ୍ରଦେଶ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ କଂଗ୍ରେସ ଏହି ଘଟଣାରେ କାହିଁକି ଚୁପ୍ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା ଭାଜପା ମହିଳା କର୍ମୀଙ୍କ ହାତରେ ଚୁଡ଼ି ଥିବା ଦେଖାଯାଇଥିଲା । ଏମାନେ ଏହି ଚୁଡିକୁ କ୍ୟୁରିୟର ଯୋଗେ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି । ଏମାନେ କହିଛନ୍ତି ବଲିଉଡ୍ ନାୟିକା କଙ୍ଗନାଙ୍କ ପ୍ରତି ଶିବସେନା ସରକାର ଯେଉଁ ବ୍ୟବହାର ପ୍ରଦର୍ଶନ କରିଛି ତାହା ଆଦୌ ଠିକ୍ ନୁହେଁ । ଯଦି କଙ୍ଗନାଙ୍କ ପ୍ରତି ଏଭଳି ବ୍ୟବହାର କରାଯାଉଛି ଓ ମୁମ୍ବାଇରେ ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଉଛି ତେବେ ଶିମଲାରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ଘରକୁ ବି ଭାଙ୍ଗି ଦିଆଯାଉ ବୋଲି ଏମାନେ ଯୁକ୍ତି କରିଛନ୍ତି । କଙ୍ଗନା ଶିମଲାର ଝିଅ ତେଣୁ କଂଗ୍ରେସ ଏହି ମାମଲାରେ ଚୁପ୍ ଥିବାରୁ ରାହୁଲ ଗାନ୍ଧୀଙ୍କ ନିକଟକୁ ମଧ୍ୟ ଚୁଡି ପଠାଇବା କଥା କହିଛନ୍ତି ଭାଜପା ମହିଳା କର୍ମୀ ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri