ଆଦିବାସୀଙ୍କୁ ଆବସ ପ୍ରଦାନରେ ଚଞ୍ଚକତା: ଭାଜପା ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ

ତେଲକୋଇ,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ଆଦିବାସୀ ବହୁଳ ଅଞ୍ଚଳରେ ଯୋଗ୍ୟ ଆଦିବାସୀ ହିତାଧିକାରୀଙ୍କୁ ଆବାସ ଆବଣ୍ଟନରେ ଅଣଦେଖା କରାଯାଇଥିବା ଭାଜପା ଅଭିଯୋଗ କରିଛି। ଏ ନେଇ ଭାଜପା ପକ୍ଷରୁ ସୋମବାର ବିଭିନ୍ନ ପଞ୍ଚାୟତର ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥି ସହିତ ସ୍ଥାନୀୟ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍‌ ସଭାପତି ସତ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଜିଲା ଆଦିବାସୀ ମୋର୍ଚ୍ଚା ସଭାପତି ମାନସ ନାୟକ, ଜିଲା ପ୍ରଭାରୀ ରାଜେଶ ସିଂ, ସଂଯୋଜକ ଉଦୟ ସାହୁ, ବ୍ଲକ୍‌ ସାଧାରଣ ସମ୍ପାଦକ ବଟକୃଷ୍ଣ ମୂଖୀ, ସୁବାଷ ବେହେରା, ପାଣ୍ଡବ ବେହେରା ଯୋଗଦାନ ଅଞ୍ଚଳର ଭୂୟାଁ ଓ ଜୁଆଙ୍ଗ ଜନଜାତିଙ୍କୁ ଉପେକ୍ଷା କରାଯାଉଥିବା କହିଥିଲେ।