ସେନାନୀଙ୍କ ଜନ୍ମମାଟିରେ ନିର୍ମାଣ ହେବ ସ୍ମାରକୀ: ମନମୋହନ ସାମଲ

ପାଟଣା,୮।୯(ବୀରକିଶୋର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଶୁକ୍ରବାର ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ମଲ୍ଲିପଶି ଛକଠାରେ ସଭାପତି ସାମଲ ପହଞ୍ଚତ୍ବା ପରେ ତାଙ୍କୁ ଭାଜପା ନେତୃବୃନ୍ଦ ଏବଂ କର୍ମୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ପରେ ୪ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଏକ ବାଇକ୍‌ ରାଲିରେ ବାହାରି ପାଟଣା ବଜାର ପରିକ୍ରମା କରି ଦୁର୍ଗାଦେଇପୁରରେ ପହଞ୍ଚତ୍ଥିଲେ। ଏହି ଅବସରରେ ମୃତ୍ତିକା ସଂଗ୍ରହ କରାଯାଇଥିଲା। ଭାଜପା ସଭାପତି ସାମଲ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ୭୫ ବର୍ଷ ତଳେ ଦେଶ ପାଇଁ ଜୀବନ ଦେଇଥିବା ସେନାନୀ ଏବଂ ଚାଇନା, ପାକିସ୍ତାନ ଏବଂ ବାଂଲାଦେଶ ଯୁଦ୍ଧରେ ବୀର ଗତି ଲାଭ କରିଥିବା ସୈନିକଙ୍କ ଜନ୍ମମାଟିରେ ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ ହେବ, ଯାହାକୁ ବିଶ୍ୱବାସୀ ଦେଖିବେ।

ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଅନୁଷ୍ଠିତ ବାଇକ୍‌ ରାଲିରେ ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ରାଜ୍ୟ ଭାଜପା ପ୍ରବକ୍ତା ବିରଞ୍ଚତ୍ ତ୍ରିପାଠୀ, ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଲୋକ ସଭା ପ୍ରଭାରୀ ସଞ୍ଜୀବ ମହାନ୍ତି, ଲୋକ ସଭା ମଣ୍ଡଳୀ ସଂଯୋଜକ ଶୁକଦେବ ମହାନ୍ତ, ବିଧାନସଭା ସହସଂଯୋଜକ ସୁଦର୍ଶନ ମହାନ୍ତ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ଜିଲା ଯୁବମୋର୍ଚ୍ଚା ସମ୍ପାଦକ ସବୀର ଦାଶ, ଜିଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ଅଖିଳ ନାଏକ, ସତ୍ୟବ୍ରତ ନାଏକ, ପ୍ରହଲ୍ଲାଦ ପଲେଇ, ନାରୀନେତ୍ରୀ ବିଜୟଲକ୍ଷ୍ମୀ ପାତ୍ର, ସୋମବାରୀ ମୁଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏପରିକି ସାହାରପଡ଼ା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଗୋଜିଟାଙ୍ଗିରିର ଶହୀଦ ହେମନ୍ତ ମହାନ୍ତଙ୍କ ସ୍ମୃତିସ୍ତମ୍ଭ ନିକଟରୁ ଶହୀଦଙ୍କ ଜନ୍ମ ମାଟି ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ମୁନିସିପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଆନ୍ଧ୍ରର ୩୦ ବିଡ଼ିଓ

ଛତ୍ରପୁର,୨୭।୩(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ୩୦ ଜଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରିଛନ୍ତି। ଉପସ୍ଥିତ ଥିବା ଅତିଥିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri