Categories: ଜାତୀୟ

ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୧୩।୧୨: ଭାରତୀୟ ଜନତା ପାର୍ଟି (ଭଜପା)ର ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ପ୍ରକାଶ ପାଇବା ପରେ ସେ ପରୀକ୍ଷା କରିଥିଲେ, ଯାହାର ରିପୋର୍ଟ ପଜିଟିଭ୍‌ ଆସିଛି। ଡାକ୍ତରଙ୍କ ପରାମର୍ଶରେ ହୋମ ଆଇସୋଲେଶନରେ ଅଛନ୍ତି। ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରି ମୋର ସ୍ବାସ୍ଥ୍ୟ ଭଲ ଅଛି। ମୋର ଅନୁରୋଧ ଯେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ। ସୂଚନାଯୋଗ୍ୟ,ନିକଟରେ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ଏହି ସମୟରେ ତାଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ନଡା ସୁରକ୍ଷିତ ଥିଲେ, କିନ୍ତୁ ଭାଜପା ନେତା ବୈଳାଶ ବିଜୟବର୍ଗିୟ ଆହତ ହୋଇଥିଲେ।

Share