Posted inଜାତୀୟ

ଭାଜପା ଅଧ୍ୟକ୍ଷ ଚୟନ ପାଇଁ ଚାଲିଛି କସରତ: ଆରଏସ୍‌ଏସ୍‌ ପାଖରେ ଅଟକିଛି ପେଞ୍ଚ

ନୂଆଦିଲ୍ଲୀ,୩୦ା୬:ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି। ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହୋଇପାରି ନାହିଁ। ୨୦୧୯ରେ ଅମିତ୍‌ ଶାହା ଦଳ ଅଧ୍ୟକ୍ଷ ଥାଇ ଜେ.ପି. ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ଏବଂ ୨୦୨୦ ଜାନୁଆରୀରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଦୋନ୍ନତି ଦିଆଯାଇଥିଲା। ୨୦୨୪ ଜୁନ୍‌ରେ ମଧ୍ୟ ଅନୁରୂପ ଭାବେ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରିଥାନ୍ତା ବୋଲି ଦଳର କେତେଜଣ ନେତା କହିଛନ୍ତି।
ଭାଜପା ଅଧ୍ୟକ୍ଷ ମନୋନୟନ ନେଇ ଆର୍‌ଏସ୍‌ଏସ୍‌ ନିଜ ମତାମତ ଦେଇସାରିଥିବା ଏହାର କାର୍ଯ୍ୟକର୍ତ୍ତା କହିଛନ୍ତି। ସଂଘ ବାଢ଼ିଥିବା ସର୍ତ୍ତ ଅନୁଯାୟୀ, ପରବର୍ତ୍ତୀ ଅଧ୍ୟକ୍ଷ ସାଂଗଠନିକ ଦୃଷ୍ଟିରୁ ସୁଦୃଢ଼ ହୋଇଥିବେ ଏବଂ ନିଯୁକ୍ତି ଜରିଆରେ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରାଥମିକତା ଦେଉ ନ ଥିବେ। ଏଥିସହିତ ସରକାରରେ ଅଦଳବଦଳ ସମେତ ସାଂଗଠନିକ ପରିବର୍ତ୍ତନ ପାଇଁ ଆର୍‌ଏସ୍‌ଏସ୍‌ ଚାହୁଁଛି। ଜୁଲାଇ ୪ରେ ଦିଲ୍ଲୀରେ ଆର୍‌ଏସ୍‌ଏସ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି, ଯେଉଁଥିରେ ଏହାର ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ଏବଂ ୬ ଜଣ ଯୁଗ୍ମ ସାଧାରଣ ସମ୍ପାଦକ ଯୋଗଦେବେ। ପରବର୍ତ୍ତୀ ଅଧ୍ୟକ୍ଷ ଚୟନ ଚୂଡ଼ାନ୍ତ କରିବା ନେଇ ଏହି ବୈଠକରେ ଭାଜପା ନେତୃତ୍ୱ ଆର୍‌ଏସ୍‌ଏସ୍‌ ନେତାମାନଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ନୂଆ ଅଧ୍ୟକ୍ଷ ଦଳରେ ବଡ଼ ଧରଣର ପରିବର୍ତ୍ତନ କରିବେ। ବର୍ତ୍ତମାନର ସାଧାରଣ ସମ୍ପାଦକମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କୁ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ ଯୁବ ନେତୃତ୍ୱଙ୍କୁ ସୁଯୋଗ ଦିଆଯିବ ବୋଲି ଭାଜପାର ବରିଷ୍ଠ ନେତା କହିଛନ୍ତି। ଆଗକୁ କେତେକ ପ୍ରମୁଖ ରାଜ୍ୟରେ ନିର୍ବାଚନ ଥିବାରୁ ସଂଗଠନକୁ ମଜଭୁତ କରିବା ଲାଗି ପ୍ରଭାବଶାଳୀ ନେତାଙ୍କୁ ଭାଜପା ସଂସଦୀୟ ବୋର୍ଡରେ ସାମିଲ କରାଯିବ। ତେବେ ଅଧ୍ୟକ୍ଷ ଚୟନକୁ ନେଇ ଏପର୍ଯ୍ୟନ୍ତ ଭାଜପା ନେତୃତ୍ୱ ଏବଂ ଆର୍‌ଏସ୍‌ଏସ୍‌ ମଧ୍ୟରେ ସହମତି ହୋଇପାରି ନାହିଁ। ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ ରାଜ୍ୟରେ ଭାଜପାର ସାଂଗଠନିକ ନିର୍ବାଚନ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri