Categories: ଜାତୀୟ

ଭାରତ ଯୋଡ ଯାତ୍ରା ବିରୋଧରେ ଅପରେଶନ କାଦୁଅ ଷଡ଼ଯନ୍ତ୍ର ରଚିଛି ଭାଜପା, କଂଗ୍ରେସର କଟାକ୍ଷ…

ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଭିଯୋଗ କରିଛି ଯେ ଏହାର ଆଠ ଜଣ ବିଧାୟକ ଗୋଆରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେବା ନେଇ ଭାଜପା ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ବିରୋଧରେ ଭାଜପା ଅପରେଶନ କାଦୁଅ ଷଡ଼ଯନ୍ତ୍ର ରଚିଛି । ଭାରତ ଯୋଡ ଯାତ୍ରାର ସଫଳତାରେ ଭାଜପା ନିରାଶ ହୋଇଛି। କଂଗ୍ରେସ ପକ୍ଷରୁ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ବୁଧବାର ଏହା କହିଛନ୍ତି।

ସେ ଟୁଇଟ କରି କହିଛନ୍ତି, ଗୋଆରେ ଭାଜପାର ଅପରେଶନରେ ଦ୍ରୁତ ଗତିରେ ଚାଲିଥିବାରୁ ଭାରତ ଯୋଡ ଯାତ୍ରାର ସଫଳତା ଦୃଶ୍ୟମାନ ହେଉଛି। ଏଭଳ କରି ଭାଜପା ଲୋକଙ୍କ ଧ୍ୟାନ ହଟାଇବାର ବୃଥା ପ୍ରୟାସ କରୁଛି।

ରମେଶ କହିଛନ୍ତି, ଆମେ ଏହି ଯାତ୍ରା ଜାରି ରଖିବୁ। ଆମେ ଭାଜପାର ଏଭଳି ଛୋଟ ଛୋଟ କଥାକୁ ନେଇ ବ୍ୟଥିତ ହେବୁ ନାହିଁ।

କଂଗ୍ରେସର ଗଣମାଧ୍ୟମ ତଥା ପ୍ରଚାର ମୁଖ୍ୟ ପୱନ ଖେରା କହିଛନ୍ତି ଯେ ଏହା ପୁଣି ପ୍ରମାଣିତ ହୋଇଛି ଯେ ଭାଜପା କେବଳ ଭାଙ୍ଗି ପାରିବ। ଏହା ଯୋଡିବା ଅବା ଗଢ଼ିବା ଜାଣି ନାହିଁ।

Share